ସମ୍ବଲପୁର: ଓଟିରେ କାର୍ଯ୍ୟରତ ଡାକ୍ତରଙ୍କୁ ଅଜଣା ଯୁବକଙ୍କ ମାଡ଼, ବୁର୍ଲା ବଡ଼ ମେଡିକାଲରେ ଉତ୍ତେଜନା

ସମ୍ବଲପୁର(କେନ୍ୟୁଜ୍):  ବୁର୍ଲା ବଡ଼ ମେଡିକାଲରେ ଉତ୍ତେଜନା । ନ୍ୟୁରୋଲୋଜି ବିଭାଗର ସର୍ଜରୀ ଡାକ୍ତର ସୂର୍ଯ୍ୟକାନ୍ତ ପାଟଯୋଶୀଙ୍କୁ ଦୁଇ ଅଜଣା ଯୁବକ ମାଡ଼ ମାରିଥିବା ଅଭିଯୋଗ । ଓଟିରେ କାର୍ଯ୍ୟରତ ସମୟରେ ଡାକ୍ତରଙ୍କୁ ମାଡ଼ ମାରିବା ସହ ଏକ ରୁମ୍‌ରେ ବନ୍ଦ କରିଦେଇଥିଲେ । ଡାକ୍ତରଙ୍କ ପାଟି ଶୁଣି ନିକଟରେ କାର୍ଯ୍ୟରତ କିଛି ଛାତ୍ରଛାତ୍ରୀ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କୁ ଉଦ୍ଧାର କରିଥିଲେ । ମାଡ଼ ମାରିଥିବା ଯୁବକଙ୍କୁ ଧରି ପୋଲିସ ଜିମା ଦେଇଥିଲେ ଡାକ୍ତର ଛାତ୍ର । ଅନ୍ୟ ଜଣେ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସେପଟେ ଡାକ୍ତରଙ୍କୁ ମାଡ଼ ନୁହେଁ ବରଂ ରୋଗୀଙ୍କ ପୁଅକୁ ଡାକ୍ତର ନର୍ସିଂ ହୋମ ଭିତରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ରେଙ୍ଗାଲବେଡ଼ାର ଠଣ ସୁନ୍ଦର ସାହୁଙ୍କ ଅଭିଯୋଗ ଅନୁଯାୟୀ, ମୁଣ୍ଡବ୍ୟଥା ଚିକିତ୍ସା ପାଇଁ ସେ ଭିମସାର ଆସିଥିଲେ । ହେଲେ ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀ ତାଙ୍କୁ ଘରୋଇ ନର୍ସିଂ ହୋମ ଚିକିତ୍ସା ପାଇଁ ପଠାଇଥିଲେ । ସେଠାରେ ଚିକିତ୍ସାକୁ ନେଇ ପାଟିତୁଣ୍ଡ ବେଳେ ଡାକ୍ତର ରୋଗୀଙ୍କ ପୁଅକୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି । ଘରୋଇ ନର୍ସିଂ ହୋମରେ ସଂପୃକ୍ତ ଡାକ୍ତର ଚିକିତ୍ସା କରୁଥିବା ପ୍ରମାଣ ଗଣମାଧ୍ୟମ ହାତରେ ଲାଗିଛି । କିଛି ରୋଗୀଙ୍କ ପ୍ରେସକ୍ରିପସନର ସ୍ୱାକ୍ଷରରୁ ଜଣାପଡ଼ିଛି । କିଛି ପ୍ରେସକ୍ରିପସନରେ ସଂପୃକ୍ତ ଡାକ୍ତରଙ୍କ ସ୍ୱାକ୍ଷର ରହିଛି । ଏନେଇ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

 

 

Leave A Reply

Your email address will not be published.