Below header

ଯାଜପୁର: ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ଖୋଲୁଛି ଦିନକୁ ଦିନ ନୂଆ ରହସ୍ୟ, ପ୍ରଥମ ଥର ଗଣମାଧ୍ୟମରେ ମୁହଁ ଖୋଲିଲେ ସରପଞ୍ଚ ମଧୁସ୍ମିତା ଭଦ୍ର

ଯାଜପୁର(କେନ୍ୟୁଜ୍): ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ଖୋଲୁଛି ଦିନକୁ ଦିନ ନୂଆ ରହସ୍ୟ। ପ୍ରଥମ ଥର ପାଇଁ ଗଣମାଧ୍ୟମରେ ମୁହଁଖୋଲିଛନ୍ତି ସରପଞ୍ଚ ମଧୁସ୍ମିତା ଭଦ୍ର। ତାଙ୍କ ସ୍ୱାମୀଙ୍କୁ ନିର୍ଦ୍ଦୋଷ କହିବା ସହ ମୃତ ସ୍ମିତାରାଣୀ ତାଙ୍କ ସ୍ୱାମୀ ଓ ସଂପତି ଉପରେ ନଜର ରଖିଥିଲେ ବୋଲି କହିଛନ୍ତି। ଏହାର ଜବାବ ରଖିଛନ୍ତି ସ୍ମିତାଙ୍କ ସ୍ୱାମୀ ଓ ବାପା। ସିବିଆଇ ତଦନ୍ତ ଦାବି କରିଥିବା ମୃତ ସ୍ମିତାଙ୍କ ବାପା ସଦାନନ୍ଦ ବିଶ୍ୱାଳ କାକୁତି ମିନତି ହୋଇ କହିଛନ୍ତି, ସେ ନ୍ୟାୟ ପାଇବେ ନାହିଁ। ତାଙ୍କ ଝିଅ ପ୍ରତି ଅନ୍ୟାୟ ହୋଇଥିବା ସେ ଜାଣିସାରିଲେଣି ବୋଲି କହିଛନ୍ତି। ଅପରପକ୍ଷେ ସୁଶୀଲ ବିଶ୍ୱାଳ କହିଛନ୍ତି, ମଧୁୁସ୍ମିତା ଭଦ୍ର ଏବେ କାହିଁକି ମୁହଁ ଖୋଲିଲେ ପ୍ରଶ୍ନ କରିଛନ୍ତି। ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ସଂପୂର୍ଣ୍ଣ ଭରସା ଅଛି କହିଛନ୍ତି ସୁଶୀଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.