ନ୍ୟୁୟର୍କ ରାସ୍ତାରେ ସିଗାରେଟ୍‌ ପିଉଛି ଅସରପା! ଦେଖନ୍ତୁ ଭାଇରାଲ ଭିଡିଓ

ଏକ ଅସରପା ଯୋଗୁ ଏବେ ଆମେରିକାର ନ୍ୟୁୟର୍କ ସହର ଖୁବ୍‌ ଚର୍ଚ୍ଚାରେ ରହିଛି। ଗତ କିଛିଦିନ ତଳେ ନ୍ୟୁୟର୍କ ରାସ୍ତାରେ ଏକ ମୂଷା ପିଜ୍ଜା ଖଣ୍ଡ ନେଇ ଯାଉଥିବା ବେଳେ କ୍ୟାମେରାରେ କଏଦ ହୋଇଥିଲା। ଏହି ଫଟୋ ସେତେବେଳେ ଖୁବ୍‌ ଭାଇରାଲ ହୋଇଥିଲା। ଆଉ ଏବେ ଏକ ଅସରପାକୁ ଅଧାଜଳା ସିଗାରେଟ୍‌ ସହ ଦେଖିବାକୁ ମିଳିଛି। ଏହାର ଭିଡିଓ ବି ଭାଇରାଲ ହେବାରେ ଲାଗିଛି। ଟୁଇଟରରେ ଲୋକେ କମେଣ୍ଟ ଦେଇ ଲେଖିଛନ୍ତି, ଅସରପା ସିଗାରେଟ୍‌ ପିଇବାକୁ ଯାଉଛି।

ନ୍ୟୁୟର୍କରେ ରହୁଥିବା ଓକିଲ ଟମ୍‌ କ୍ରେଚମାର ଏହି ଭିଡିଓକୁ ରେକର୍ଡ କରିଛନ୍ତି। ଏଥିରେ ଦେଖାଯାଇଛି, ନ୍ୟୁୟର୍କର ୫୩ ଆଣ୍ଡ ୫ଇ/ଏମ୍‌ ଷ୍ଟପ୍‌ ଅଞ୍ଚଳରେ ଏକ ଅସରପା ବୁଲୁଛି। ଏହା ସ୍ୱେରେଜ୍‌ ଢାଙ୍କୁଣି ଉପରେ ପଡ଼ିଥିବା ଅଧାଜଳା ଏକ ସିଗାରେଟ୍‌କୁ ଟାଣି ଟାଣି ଆଣୁଛି। ଏହା ସିଗାରେଟ୍‌କୁ ନିଜ ମୁହଁରେ ଟାଣୁଛି। ଟୁଇଟରରେ ଏହି ଭିଡିଓ ଆସିବା କ୍ଷଣି ଭାଇରାଲ ହୋଇଯାଇଛି। କିଛି ୟୁଜର୍ସ ମଜାଳିଆ ଢଙ୍ଗରେ ଲେଖିଛନ୍ତି, ଅସରପା ସିଗାରେଟ୍‌ ପିଉଥିଲା। ତେବେ ଏହା ପୂର୍ବରୁ କିଛି ଜୀବଜନ୍ତୁଙ୍କୁ ମଧ୍ୟ ସିଗାରେଟ୍‌ ପିଉଥିବାର ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.