ଲଗାଣ ବର୍ଷାରେ କାନ୍ଥ ପଡ଼ି ଶିଶୁକନ୍ୟା ମୃତ, ବାପା-ମାଆ ଗୁରୁତର
କାଳବୈଶାଖୀ ତାଣ୍ଡବ। ଲଗାଣ ବର୍ଷାରେ କାନ୍ଥ ପଡ଼ି ଶିଶୁକନ୍ୟା ମୃତ। ମାଲକାନଗିରି ପଡ଼ିଆ ବ୍ଲକ ମେଟାଗୁଡ଼ା ଗାଁରେ ଅଘଟଣ ଘଟିଛି।

ମାଲକାନଗିରି (କେନ୍ୟୁଜ): କାଳବୈଶାଖୀ ତାଣ୍ଡବ। ଲଗାଣ ବର୍ଷାରେ କାନ୍ଥ ପଡ଼ି ଶିଶୁକନ୍ୟା ମୃତ। ମାଲକାନଗିରି ପଡ଼ିଆ ବ୍ଲକ ମେଟାଗୁଡ଼ା ଗାଁରେ ଅଘଟଣ ଘଟିଛି। ଗତକାଲି ରାତିରେ ଘରେ ଶୋଇଥିବାବେଳେ କାନ୍ଥ ଭୁଷୁଡି ପଡିବାରୁ ୪ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବାବେଳେ ବାପା-ମାଆ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାନ୍ଥ ଭୁଷୁଡି ପଡିବାରୁ ମେଟାଗୁଡା ଗାଁର ଆଇତା ମାଡକାମି ଓ ତାଙ୍କ ସ୍ତ୍ରୀଙ୍କ ଚିତ୍କାର ଶୁଣି ପଡୋଶୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଶିଶୁ କନ୍ୟାକୁ ମୃତ ଘୋଷଣା କରାଯାଇଥିବାବେଳେ ବାପା-ମାଆଙ୍କ ଚିକିତ୍ସା ଚାଲିଛି।