ତାଣ୍ଡବ ରଚିଲା ପଶ୍ଚିମା ଝଡ: ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼, ଭାଙ୍ଗିଲା ଗଛ ଓ ଘର ଛପର

ରାୟଗଡ଼ାରେ ମଧ୍ୟ କାଶ୍ମୀର ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଚାରିଆଡ଼େ କୁଆପଥର ବିଛେଇ ହୋଇ ପଡ଼ିଛି । ରାସ୍ତା ଘାଟରେ ଧଳା ଚାଦରର ଆସ୍ତରଣ। ଗତକାଲି ପଶ୍ଚିମା ଝଡ଼ର ପ୍ରଭାବରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା ।

(କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାରେ ପଶ୍ଚିମା ଝଡ଼ର ପ୍ରଭାବ । ଗତକାଲି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ ଘଡି ସହ ବର୍ଷା ଲାଗିରହିଥିଲା । ବର୍ଷା ପବନ ଯୋଗୁଁ କରଞ୍ଜିଆ ଏବଂ ରାଇରଙ୍ଗପୁର ଉପଖଣ୍ଡର ୭ ଟି ବ୍ଲକରେ ବିଦ୍ୟୁତ୍‌ ସରବରାହ ଠପ୍‌ ହେଇଯାଇଥିଲା ।

ରାୟଗଡ଼ାରେ ମଧ୍ୟ କାଶ୍ମୀର ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଚାରିଆଡ଼େ କୁଆପଥର ବିଛେଇ ହୋଇ ପଡ଼ିଛି । ରାସ୍ତା ଘାଟରେ ଧଳା ଚାଦରର ଆସ୍ତରଣ। ଗତକାଲି ପଶ୍ଚିମା ଝଡ଼ର ପ୍ରଭାବରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା । ଜୋରରେ ବର୍ଷା, ପବନ ସାଙ୍ଗକୁ ଚାରିଆଡ଼େ ଆକାଶରୁ ପଡ଼ିଥିଲା କୁଆପଥର । ରାସ୍ତା ସାରା ବିଛେଇ ହୋଇ ପଡ଼ିଥିଲା । ହଠାତ ଆକାଶ ମେଘାଚ୍ଛନ୍ନ ହେବା ସହ ବର୍ଷା ହୋଇଥିଲା । ତାସହ ପ୍ରବଳ ପବନ ବହିଥିଲା । ଭାଙ୍ଗିଛି ଗଛ ଓ ଘର ଛପର । କିଛି ସ୍ଥାନରେ ଘରର ଆଜବେଷ୍ଟସ୍‌ ଛପର ଉଡ଼ାଇ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.