ବେଙ୍ଗାଲୁରୁ ଫେରନ୍ତା ଯୁବକଙ୍କୁ ଲିଫ୍ଟ ଦେଇ ଲୁଟି ନେଲେ ୭୫ ହଜାର ଟଙ୍କା
ଭୁବନେଶ୍ବର(କେନ୍ଯୁଜ୍): ଲିଫ୍ଟ ଦେଇ ୭୫ ହଜାର ଟଙ୍କା ଲୁଟ। ବେଙ୍ଗାଳୁରୁ ଫେରନ୍ତା ଯୁବକଙ୍କୁ ଭୁବନେଶ୍ୱରରୁ ଲିଫ୍ଟ ଦେଇ ଲୁଟିବା ପରେ ଛତିଆ ନିକଟରେ ଫିଙ୍ଗି ଚାଲିଗଲେ ଲୁଟେରା। ରାଜକନିକାର ଧୀରେନ ପରିଡା ଗତ ୧ତାରିଖରେ ବେଙ୍ଗାଳୁରୁରୁ ଫେରି ରାଜକନିକା ଯିବା ପାଇଁ ଭୁବନେଶ୍ୱର ସତ୍ସଙ୍ଗ ବିହାର ନିକଟରେ ଗାଡିକୁ ଅପେକ୍ଷା କରିଥିଲେ। ସେହି ସମୟରେ ଏକ କାର ତାଙ୍କୁ ଲିଫ୍ଟ ଦେବ କହି ସାଙ୍ଗରେ ଯିବା ପାଇଁ କହିଥିଲା।
ସେ ଗାଡିରେ ବସି କିଛି ବାଟ ଯିବା ପରେ ବାଟରୁ ଆଉ ଜଣେ ଲୋକ ସେହି ଗାଡ଼ିରେ ବସିଥିଲା। ବାଟରେ ତାଙ୍କୁ ଅମୁଲ କୁଲ ଦେଇଥିଲେ ୨ଲୁଟେରା। ସେ ବେହୋସ ହୋଇଯିବା ପରେ ଟଙ୍କା ଓ ଅନ୍ୟ ସାମଗ୍ରୀ ଲୁଟି ତାଙ୍କୁ ଛତିଆ ନିକଟରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ତେବେ ହୋସ ଆସିବା ପରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ପାଣି ମାଗିବାରୁ ସେ ତାଙ୍କୁ ଚୋର ଭାବି ମାଡ଼ ମାରିଥିଲା। ପରେ କୌଣସି ପ୍ରକାରେ ବିରେନ ଭୁବନେଶ୍ୱର ଆସି ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି।
ସମାନ ଢଙ୍ଗରେ ଢେଙ୍କାନାଳର ଜଣେ ଶିକ୍ଷକଙ୍କୁ ମଧ୍ୟ ଲିଫ୍ଟ ଦେବା ନାଁରେ ନିଶା ଦେଇ ଟଙ୍କା ଲୁଟ ସହ ଏଟିଏମରୁ ୪୬ ହଜାର ଟଙ୍କା ଉଠାଇ ନେଇଥିବା ନେଇ ଶିକ୍ଷକ ଜଣକ ମଧ୍ୟ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି।