ଗାଈ ପାଇଁ ଜିଲ୍ଲାପାଳଙ୍କୁ ବୃଦ୍ଧାଙ୍କ ଗୁହାରୀ; କହିଲେ – ମୋ ଗାଈ ଫେରାଇ ଦିଅ

ସୁବର୍ଣ୍ଣପୁର (କେନ୍ୟୁଜ): ଗାଈ ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ। ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଗୁରୁଣ୍ଡି ଗୁରୁଣ୍ଡି ଗୁହାରୀ କଲେ ବୃଦ୍ଧା। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଭିକ୍ଷା ମାଗି ଚଳୁଥିବା ତରାସ ବାଘ ନାମକ ବୃଦ୍ଧା ଚାରି ଚାରିଟି ଗାଈକୁ ପାଳନ କରୁଥିଲେ। ତେବେ ଗାଈଗୁଡ଼ିକୁ ସୁବର୍ଣ୍ଣପୁର ପୌର ପରିଷଦ ଉଠାଇ ନେଇ କାଞ୍ଜିଆହତାରେ ରଖିଥିଲା।

ପୌର ପରିଷଦ ପକ୍ଷରୁ ବୁଲା ଗାଈମାନଙ୍କୁ କାଞ୍ଜିଆହତାର ରଖାଯାଉଥିବାରୁ ପୌର କର୍ମଚାରୀ ଗାଈଟିକୁ ନେଇ ଯାଇଥିଲେ। ଏହାକୁ ନେଇ ଭାଙ୍ଗି ପଡିଥିଲେ ବୃଦ୍ଧା ଜଣକ। ତେବେ ଗାଈମାନଙ୍କୁ ଫେରାଇ ଆଣିବାକୁ ସେ ସିଧାସଳଖ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି। ଏପରିକି ଜରିମାନା ଅର୍ଥ ଦେଇ ଗାଈମାନଙ୍କୁ ଫେରାଇ ଦେବାକୁ ସେ ନିବେଦନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.