ଜୟପୁର: ଅଦା ଟ୍ରକରେ କୋଟିଏ ଟଙ୍କାର ଗଞ୍ଜେଇ, ଗାଡ଼ି ଅଟକ

ଜୟପୁର(କେନ୍ୟୁଜ୍): ଗଞ୍ଜେଇ ଚାଲାଣର ନୂଆ ତରିକା ଅପଣାଇ ବି ଫେଲ। ଭିନ୍ନ ଭିନ୍ନ ଭପାୟ ଅବଳମ୍ବନ କରୁଥିଲେ ବି ସଫଳ ହେଉନାହାନ୍ତି ଗଞ୍ଜେଇ ମାଫିଆ। ଯାହା ଫଳରେ  ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସଫଳ ହେଉଛି ପୋଲିସ। ଆଜି ପୁଣି  ଏକ ଭିନ୍ନ ତରିକାରେ ଗଞ୍ଜେଇ ଚାଲାଣ ଗାଡ଼ିକୁ ଧରିବାରେ ସଫଳ ହେଇଛି ଜୟପୁର ପୋଲିସ। ଗୋଟିଏ  ଟ୍ରକ ଅଦା ବସ୍ଥାରେ ୯୩ଟି ଗଞ୍ଜେଇ ଜବତ କରାଯାଇଛି,  ଯାହାର ଆନୁମାନିକ ମୁଲ୍ୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଥିବା କହିଛନ୍ତି ଏସଡିପିଓ ।

କୋରାପୁଟର କୁନ୍ଦୁଲି ଅଦା ଚାଷ ପାଇଁ ଜଣାଶୁଣା ଥିବାରୁ ତାର ଫାଇଦା ଉଠାଇବାକୁ  ଲାଗି ପଡିଥିଲେ   ଗଞ୍ଜେଇ ମାଫିଆ । ପୁରା ଅଦା ଟ୍ରକ  ଭିତର କୋଟିଏ ଟଙ୍କାର ଗଞ୍ଜେଇ ଆଉ ତାହା ମାତ୍ର ୩୦ ହଜାର ଟଙ୍କା ଲୋଭରେ ଅଦା ଗାଡିରେ ଗଞ୍ଜେଇ  ଲୋଡ କରି  ଆସିଥିବା ଡ୍ରାଇଭର ବି  ସ୍ବୀକାର କରିଛି।

କୁନ୍ଦୁଲିରୁ ଅଦା ଗାଡି ପଞ୍ଜାବ ଯାଉଥିଲା । ତେବେ ଘଟଣାରେ ମାତ୍ର ଡ୍ରାଇଭରକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ କାହାର ସମ୍ପୃକ୍ତିର ଖିଅ ଖୋଜୁଛି ପୋଲିସ । ସେପଟେ ଅଭିଯୁକ୍ତ ଡ୍ରାଇଭର କହିଛି ଗାଡି ଅନଲାଇନରେ ରାଉରକେଲା ଯୋଡ଼ାରୁ ବୁକ ହୋଇଥିଲା ଆଉ ଜଣେ ଯୁବକ ରାସ୍ତାରେ ଡିଜେଲ ପକେଇବାକୁ ତାଙ୍କୁ କୋଡ଼ିଏ ହଜାର ଦେଇଥିଲେ ବାକି କିଛି ଜାଣିନଥିବା କହିଛନ୍ତି ଡ୍ରାଇଭର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.