ଗଜପତି:ଦୁଷ୍କର୍ମ କରି ଗର୍ଭବତୀ କଲା ଶେଷରେ ପେଟକୁ ଗୋଇଠା ମରି ଛୁଆକୁ ମରିଦେଲା ଅଭିଯୁକ୍ତ, ଏଭଳି ଅଭିଯୋଗ କଲେ ଯୁବତୀ

ମୋହନା(କେନ୍ୟୁଜ୍): ବାରମ୍ବାର ଦୁଷ୍କର୍ମ ପରେ ଯୁବତୀଙ୍କ ଗର୍ଭ ନଷ୍ଟ କରିବା ସହ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା, ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି। ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଡେଙ୍ଗାସଖାଲ୍ ଗ୍ରାମରୁ। ଏନେଇ ପୀଡିତା ଯୁବତୀ ଜଣକ ବ୍ରହ୍ମପୁରର ସମାଜ ସେବୀ ପ୍ରମିଳା ତ୍ରିପାଠୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଅଡବା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ପୀଡିତାର ଡାକ୍ତରୀ ମାଇନା ହେବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଥାନାରେ ହୋଇଥିବା ଅଭିଯୋଗ ପ୍ରକାରେ ଡେଙ୍ଗାସଖାଲ୍ ଗ୍ରାମର ଜୈନିକା ଯୁବତୀ ଜଣକ ଆନ୍ଧ୍ରପ୍ରଦେଶର ଏକ ଘରୋଇ ସ୍କୁଲରେ କାମ କରୁଥିଲେ। ଏପ୍ରିଲ ମାସ ୨୦୧୯ରେ ସେ ନିଜ ଗାଁକୁ ଫେରିଥିଲେ।  ଦିନେ ସେ ଶୌଚ ହେବାପାଇଁ ବାହାରକୁ ଯାଇଥିବା ବେଳେ ଗ୍ରାମର ଜଣେ ଯୁବକ ତାର ତିନି ସହଯୋଗୀଙ୍କ ସହ ଯୁବତୀ ଜଣକୁ ଜୋର ଜବରଦସ୍ତ ଜଙ୍ଗଲକୁ ନେଇଯାଇଥିଲା ଏବଂ ସେଠାରେ ତାଙ୍କସହ ଦୁଷ୍କର୍ମ କରିଥିଲେ । ଏହି ସମୟରେ ଯୁବକର ସହଯୋଗୀମାନେ ଘଟଣାର ଭିଡିଓ ଉତ୍ତୋଳନ କରିଥିଲେ । ପରେ ସେହି ଭିଡିଓ ଭାଇରଲ କରିଦେବାର ଧମକ ଦେଇ ଯୁବକ ଜଣକ ବାରମ୍ବାର ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି।

ଯୁବତୀ ଜଣକ ଗର୍ଭବତୀ ହେବା ପରେ ଉଭୟଙ୍କ ଘରଲୋକ ଘଟଣା ସମ୍ପର୍କରେ ଜାଣିଥିଲେ । ପରେ ଗ୍ରାମରେ ବୈଠକ କରଯାଇଥିଲା ।  କିନ୍ତୁ ବୈଠକରେ ଯୁବତୀ ଜଣକୁ ନ୍ୟାୟ ମିଳିନଥିଲା। ଏହାପରେ ଯୁବତୀ ଜଣକୁ ବାରମ୍ବାର ଗର୍ଭ ନଷ୍ଟ କରିବା ପାଇଁ ପୁଅ ଘରଲୋକ ଧମକ ଦେଇଆସୁଥିଲେ।  ସେ ଏଥିରେ ଅରାଜି ହେବାରୁ ଅଭିଯୁକ୍ତ ଯୁବକ ଜଣକ  ଯୁବତୀ ଘରକୁ ଯାଇ ତା ପେଟକୁ ଗୋଇଠା ମରିବା ସହ ମେଡ଼ିସିନ ଦେଇ ତା ଗର୍ଭ ନଷ୍ଟ କରିଦେଇଥିବା ଭଳି ସଙ୍ଗୀନ ଅଭିଯୋଗ  କରିଛନ୍ତି ଯୁବତୀ ଜଣକ।

ଅତିଶୀଘ୍ର ତାଙ୍କୁ ନ୍ୟାୟ ମିଳୁବୋଲି ପୀଡିତା ଯୁବତୀ ଜଣକ ଅନୁରୋଧ କରିଥିବା ବେଳେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଯୁବତୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଅତିଶୀଘ୍ର ଗିରଫ କରିବା ପାଇଁ ସମାଜସେବୀ ପ୍ରମିଳା ତ୍ରିପାଠୀ ଦାବି କରିଛନ୍ତି।  ଅତିଶୀଘ୍ର ଯଦି ପୀଡିତାକୁ ନ୍ୟାୟ ସହ ସରକାରୀ ସହାୟତା ନମିଳେ ତାହେଲେ ରାଜ୍ୟ ସ୍ତରରେ ଏନେଇ ଦୃଷ୍ଟି ଆକର୍ଷଣ କରିବେ ବୋଲି ସମାଜସେବୀ ଶ୍ରୀମତୀ ତ୍ରିପାଠୀ କହିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.