Below header

ମୁଁ ମହାପ୍ରଭୁଙ୍କର କୁନି ସେବାୟତ, ଶ୍ରୀଜୀଉଙ୍କ ସେବାରେ ମୋ ଜୀବନ ସମର୍ପିତ

ପୁରୀ(କେ ନ୍ୟୁଜ): ମହାପ୍ରଭୁଙ୍କ କୁନି ସେବାୟତ ଗୋପୀବଲ୍ଲଭ ଗୋଛିକାର। ସେବାୟତ ନାରାୟଣ ଗୋଛିକାରଙ୍କ ପୁଅ ଗୋପୀବଲ୍ଲଭ ଏବେ ଶିଖୁଛନ୍ତି ମହାପ୍ରଭୁଙ୍କ ସେବା। ବାପାଙ୍କ ସହ ଗୁଣ୍ଡିଚା ମନ୍ଦିର ତଥା ରଥ ନିକଟକୁ ଆସି ପ୍ରଭୁଙ୍କୁ ପ୍ରଣିପାତ କରୁଛନ୍ତି।

ମହାପ୍ରଭୁ କିଭଳି ଠିକ୍‌ ସମୟରେ ଉଠିବେ, ଖାଇବେ, ଶୋଇବେ ସେନେଇ ନୀତିରୀତି ବାପାଙ୍କ ଠାରୁ ଶିଖୁଛନ୍ତି। ତାଙ୍କ ପାଟିରୁ ଅନର୍ଗଳ ଗୀତାର ଶ୍ଲୋକ ବାହାରୁଛି।

ପୁରୀ ଡିଏଭି ସ୍କୁଲରେ ପଢୁଥିବା କୁନି ସେବକ ବିଶ୍ୱରୁ କରୋନା ମହାମାରୀ ଦୂରେଇ ଯିବା ପାଇଁ ପ୍ରାର୍ଥନା କରି ବିଶ୍ୱନିୟନ୍ତାଙ୍କୁ ଗୁହାରି ଜଣାଇଛନ୍ତି। କରୋନା ମହାମାରୀର କଳା ଛାୟା ଦୂରେଇ ଯିବା ପରେ ସେ ସ୍କୁଲ ଯିବେ ବୋଲି କହିଛନ୍ତି। ଏହା ସହ ନିଜକୁ ମହାପ୍ରଭୁଙ୍କ ସେବାରେ ମଧ୍ୟ ସମର୍ପିତ କରିବେ ବୋଲି କହିଛନ୍ତି ଗୋପୀବଲ୍ଲଭ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.