Below header

ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ କତଡା ନିକଟରେ ବୋଲେରୋ-ବସ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୫ ଗୁରୁତର

ଅନୁଗୁଳ: ବୋଲେରୋ -ବସ୍‌ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୪ମୃତ, ୫ ଗୁରୁତର। ଅନୁଗୁଳ ଜରପଡ଼ା ଥାନା ୫୫ ନମ୍ବର ଜାତୀୟ ରାଜପଥ କତଡା ନିକଟରେ ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୪ଜଣଙ୍କୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଛି। ଆଉ ଜଣଙ୍କୁ ଅନୁଗୁଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୋଲେରୋରେ ଦୁଇ ପରିବାର ଛତିଶଗଡରୁ ପୁରୀ ଦର୍ଶନ କରିବାକୁ ଆସୁଥିବାବେଳେ ବସ୍‌ ସହ ଧକ୍କା ହୋଇଥିଲା। ସୁସୀଲ ନାମକ ବସ୍‌ଟି ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାଉଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.