ଭଦ୍ରକ ଅସୁରା ଛକ ନିକଟରେ ଡମ୍ପରକୁ ଧକ୍କା ଦେଲା ବସ , ଦୁର୍ଘଟଣାରେ ୧୦ଆହତ ୪ଗୁରୁତର

ଭଦ୍ରକ(କେନ୍ୟୁଜ୍) : ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ଅସୁରା ଛକ ନିକଟରେ ସଡ଼କ ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ରାସ୍ତାକଡରେ ଥିବା ଡମ୍ପରକୁ ଏକ ବସ୍ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୧୦ଜଣ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ବସଟି ପୁରୀରୁ କୋଲକାତା ଯାଉଥିଲା ।