Below header

ଭାରସାମ୍ୟ ହରାଇ ତଳକୁ ଓଲଟିଲା ମିନିବସ, ଜଣେ ମୃତ ଓ ୨୦ ଆହତ

ଗଞ୍ଜାମ : ମିନିବସ ଓଲଟି ଜଣେ ମୃତ ଓ ୨୦ ଜଣ ଆହତ। ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ବେଲଗଡ଼ ନିକଟରେ ଭାରସାମ୍ୟ ହରାଇ ତଳକୁ ଓଲଟିଲା ମିନିବସ । ଆହତମାନଙ୍କୁ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସଙ୍କଟାପନ୍ନ ଥିବା ଗଡ଼ସାମନ୍ତରାପୁରର ରଘୁଆ ଗୌଡ଼ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କିଛି ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପାଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଦିଗପହଣ୍ଡିରୁ ଏକ ପରିବାର ନିର୍ବନ୍ଧରେ ଯୋଗ ଦେଇ ଫେରୁଥିବା ବେଳେ ମିନିବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.