ଭାରତୀୟ କ୍ଷେପଣାସ୍ତ୍ର ମାଡ଼ରେ ବାୟୁସେନା ବିମାନ MI-୧୭ ଧ୍ୱଂସ ଘଟଣା, ୨୦ ଦିନ ମଧ୍ୟରେ ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ

ଶ୍ରୀନଗର : ଶ୍ରୀନଗରରେ ଭାରତୀୟ କ୍ଷେପଣାସ୍ତ୍ର ମାଡ଼ରେ ବାୟୁସେନା ବିମାନ ଏମଆଇ-୧୭ ଧ୍ୱଂସ ଘଟଣାର ତଦନ୍ତ ନିର୍ଦ୍ଦେଶ । ୨୦ ଦିନ ମଧ୍ୟରେ ତଦନ୍ତ ଶେଷ କରିବାକୁ ଭାରତୀୟ ବାୟୁସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାରେ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୋଧରେ ଉଦ୍ଦେଶ୍ୟବିହୀନ ହତ୍ୟା ଅଭିଯୋଗରେ ବିଚାର କରାଯିବ । ଗତ ଫେବ୍ରୁଆରି ୨୭ରେ ପାକିସ୍ତାନ ପଟୁ କ୍ଷେପଣାସ୍ତ୍ର ମାଡ଼ ନୁହେଁ ଭୁଲବଶତଃ ଭାରତୀୟ ବାୟୁସେନା କ୍ଷେପଣାସ୍ତ୍ର ମାଡ଼ରେ ଏମଆଇ-୧୭ ନଷ୍ଟ ହୋଇଥିବା ଜଣାପଡ଼ିଛି । ଘଟଣାଦିନ ପାକିସ୍ତାନ ବିମାନକୁ ଘଉଡ଼ାଇବାକୁ ଯାଇଥିବା ବେଳେ ଭାରତୀୟ ବାୟୁସେନା କ୍ଷେପଣାସ୍ତ୍ର ମାଡ଼ରେ ଏମଆଇ ୧୭ ବିମାନ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିଲା ।

ପ୍ରାରମ୍ଭିକ ସ୍ତରରେ ଏହା ଦୁର୍ଘଟଣା ହୋଇଥିବା କିମ୍ବା ପାକିସ୍ତାନ କ୍ଷେପଣାସ୍ତ୍ରର ଶିକାର ହୋଇଥିବା ଅନୁମାନ କରାଯାଇଥିଲା। କିନ୍ତୁ ତଦନ୍ତ ପରେ ଜଣାପଡ଼ିଥିଲା ଭାରତୀୟ କ୍ଷେପଣାସ୍ତ୍ର ଆକ୍ରମଣରେ ଏମଆଇ-୧୭ ନଷ୍ଟ ହୋଇଛି । ଏମଆଇ ୧୭ ବିମାନ ଧ୍ୱଂସ ଘଟଣାରେ ୬ଜଣ ବାୟୁସେନା ଅଧିକାରୀ ଓ ଜଣେ ବେସାମରିକ ନାଗରିକ ପ୍ରାଣ ହରାଇଥିିଲେ । ଏ ସଂପର୍କିତ ସମସ୍ତ ତଥ୍ୟପ୍ରମାଣ ଦାଖଲ କରାଯିବ । ସଂପୃକ୍ତ ବାୟୁସେନା ଅଧିକାରୀ ଓ ବେସାମାରିକ ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ବାୟୁସେନା ନିୟମ ୧୯୫୦ ଧାରାରେ ଉଦ୍ଦେଶ୍ୟ ବିହୀନ ହତ୍ୟା ଅଭିଯୋଗରେ ବିଚାର କରାଯିବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.