Below header

ବିଶ୍ୱକପ କ୍ରିକେଟ ପାଇଁ କାଲି ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ, କ୍ୟାପଟେନ୍ କୋହଲି କହିଲେ ସନ୍ତୁଳିତ ଟିମ୍‌

ବିଶ୍ୱକପ କ୍ରିକେଟ ପାଇଁ ଆସନ୍ତାକାଲି ସକାଳେ ଇଂଲଣ୍ଡ ଗସ୍ତ କରିବ ଟିମ ଇଣ୍ଡିଆ। କ୍ରିକେଟ ମହାକୁମ୍ଭରେ ଭାଗ ନେବାକୁ ଯିବା ପୂର୍ବରୁ ବିସିସିଆଇ ମୁଖ୍ୟାଳୟରେ କୋଚ୍‌ ରବି ଶାସ୍ତ୍ରୀ ଓ କ୍ୟାପଟେନ କୋହଲି ଦଳର ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି। କୋହଲି କହିଛନ୍ତି, ଟିମ୍‌ ଇଣ୍ଡିଆ ସନ୍ତୁଳିତ ଅଛି । ଭଲ କ୍ରିକେଟ ଖେଳିବା ଉପରେ ଗୁରୁତ୍ୱ ଦିଆଯାଉଛି । ଇଂଲଣ୍ଡରେ ଅଧିକ ସ୍କୋର ବିଶିଷ୍ଟ ମ୍ୟାଚ ହୋଇପାରେ । ଏହା ତାଙ୍କ ପାଇଁ ଚ୍ୟାଲେଞ୍ଜିଙ୍ଗ ବିଶ୍ୱକପ୍‌ ବୋଲି କହିଛନ୍ତି କୋହଲି । ବିପକ୍ଷ ଦଳର ଦୁର୍ବଳତା ନୁହେଁ, ବରଂ ନିଜ ଦଳର ଷ୍ଟ୍ରଙ୍ଗ ପଏଣ୍ଟକୁ ନେଇ ଲଢ଼ିବ ଟିମ ଇଣ୍ଡିଆ। ଖେଳାଳି ପଡ଼ିଆରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ସେ ପ୍ରକାଶ କରିଛନ୍ତି । ପ୍ରତି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ଥିବାରୁ ବିପକ୍ଷ ଟିମକୁ ଗୁରୁତ୍ୱର ସହ ନେବାକୁ ମନ୍ତ୍ର ଦେଇଛନ୍ତି କୋଚ ରବି ଶାସ୍ତ୍ରୀ। ପଡିଆରେ ଲଢୁଆ ମନୋଭାବ ସହ ପ୍ରତିପକ୍ଷ ଟିମକୁ କଡ଼ା ଟକ୍କର ଦେବାକୁ ସେ ପରାମର୍ଶ ଦେଇଛନ୍ତି। ମେ ୩୦ରୁ ଇଂଲଣ୍ଡରେ ଦ୍ୱାଦଶ ବିଶ୍ୱକପ ଆରମ୍ଭ ହେବ। ଜୁନ ୫ରେ ଭାରତ ତାର ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.