Below header

ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା , ଅଭିଯୁକ୍ତ ଗିରଫ

ରାଉରକେଲା (କେନ୍ୟୁଜ୍) : ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ। ରାଉରକେଲା ଜିଆରପି ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ରାମରାଇ ବୋଇପାଇ । ଅନ୍ୟ ଅଭିଯୁକ୍ତକୁ ଚିହ୍ନଟ ସରିଛି। ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ରାଉରକେଲା ଜିଆରପି ଏସପି କହିଛନ୍ତି।

police

ଡିସେମ୍ବର ୩୦ରେ ଇଞ୍ଜିନିୟରିଂ ଛାତ୍ରୀ ଜଣକ ନିଜ ଘରକୁ ଯିବା ପାଇଁ ଷ୍ଟେସନରେ ଛିଡା ହୋଇଥିବା ବେଳେ, କେତେକ ଯୁବକ ତାଙ୍କୁ ନେଇଯାଇ ଏକ ଜଙ୍ଗଲ ଭିତରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀ ଜଣଙ୍କୁ ମୁର୍ମୁଷୁ ଅବସ୍ଥାରେ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ନିଜ ଜୀବନ ରକ୍ଷା କରି ନ୍ୟାୟ ପାଇଁ ଜିଆର୍ପି ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ ପୀଡିତା। ଅଭିଯୁକ୍ତକୁ ଧରିବାକୁ ଏକ ୬ ଜଣିଆ ଟିମ୍ ଗଠନ କରାଯାଇଥିଲା।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.