Below header

କଟକ ରେଲୱେ ଷ୍ଟେସନର ହେବ ଉନ୍ନତିକରଣ : ଅଧିକାରୀ ଟିମର ତଦାରଖ

କଟକ (କେନ୍ୟୁଜ୍) : କଟକ ରେଲୱେ ଷ୍ଟେସନର ହେବ ଉନ୍ନତିକରଣ। ଦେଶର ୬୮ଟି ରେଲୱେ ଷ୍ଟେସନ ମଧ୍ୟରେ ସ୍ଥାନ ପାଇଛି କଟକ ଷ୍ଟେସନ୍। ଏଥିପାଇଁ ଖୋର୍ଦ୍ଧା ରୋଡ଼୍ ଡିଭିଜନର ତିନି ଜଣିଆ ଅଧିକାରୀ ଟିମ୍ କଟକ ଷ୍ଟେସନର ଉନ୍ନତିକରଣ କାମର ତଦାରଖ କରିଛନ୍ତି। ମାର୍ଚ୍ଚ ମାସ ସୁଦ୍ଧା କଟକ ରେଳ ଷ୍ଟେସନର ଏହି ଉନ୍ନତିକରଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପର‌୍ୟ୍ୟାପ୍ତ ସିସିଟିଭି କ୍ୟାମେରା, ପ୍ରବେଶ ପଥର ଯାଞ୍ଚକୁ କଡାକଡି , ଷ୍ଟେସନ ସମ୍ମୁଖରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଷ୍ଟେସନ ସମ୍ମୁଖରେ ଦୁଇଟି କୁତ୍ରିମ ଲାଇଟିଂ ଝରଣା ସହ ଭିତରେ ଲିଫ୍ଟ ଓ ଚଉଡ଼ା ଓଭର ବ୍ରିଜ କାମ କରାଯାଉଛି। ଫ୍ଲାଟଫର୍ମ ଭିତରେ ଡେକୋରେସନ୍ ଓ ପେଟିଂ କାମ ମଧ୍ୟ କରାଯାଉଛି। ଏକ ସମ୍ବର ଗେଟ୍ ସମ୍ମୁଖରେ କଟକରେ ନେତାଜୀ ସୁବାସ ବୋଷଙ୍କର ଗ୍ୟାଲେରୀ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.