Below header

କବିସୂର୍ଯ୍ଯନଗର ବାଲିଛାଇ ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଘଟଣା, ୩ ଅଭିଯୁକ୍ତ ଗିରଫ

ଗଞ୍ଜାମ(କେନ୍ଯୁଜ୍) : ଗଞ୍ଜାମ କବିସୂର୍ଯ୍ଯନଗର ବାଲିଛାଇ ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ୩ ଗିରଫ। ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲସରା ପୋଲିସ। ଗତ ୩୧ ତାରିଖରେ ଘରୁ ଟେକି ନେଇ ନାବାଳିକାଙ୍କୁ ୩ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ବାଲିଛାଇ ଫାଣ୍ଡି ଅଞ୍ଚଳରେ ଚୋରି କରିବାକୁ ଘରେ ପଶିଥିଲେ ଦୁର୍ବୃତ୍ତ । ହେଲେ ଚୋରି କରିବାରେ ବିଫଳ ହେବାରୁ ନାବାଳିକାକୁ ଟେକି ନେଇ ଦୁଷ୍ମର୍ମ କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଛାଡି ଚାଲିଯାଇଥିଲେ। ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଗଞ୍ଜାମ ଏସ୍‌ପି ବ୍ରିଜେଶ ରାଏଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଗିରଫମାନେ ହେଲେ କାଳିଆ ପାତ୍ର, ମୋହନ ଟୋପାକୁଲ ଶିବ କାନମୁରମ୍‌। ଗିରଫ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ, ଚୋରୀ ପାଇଁ ବ୍ୟବହୃତ ସାମଗ୍ରୀ ଓ ସୁନା ଗହଣା ଜବତ କରାଯାଇଛି। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ୧୧ଟି ମାମଲା ରହିଛି। ଛତ୍ରପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.