SBI ଦେବ ୫ଲିଟର ମାଗଣା ପେଟ୍ରୋଲ, ଜଣାନ୍ତୁ କିପରି ଉଠାଇବେ ଫାଇଦା

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ନିଜ ଗ୍ରାହକଙ୍କ ପାଇଁ ଆଣିଛି ଦମଦାର ଅଫର। ଏଥିରେ ଗ୍ରାହକଙ୍କୁ ବର୍ତ୍ତମାନର ମହଙ୍ଗା ତୈଲ ଦର ସମୟରେ ମାଗଣାରେ ପେଟ୍ରୋଲ ପାଇପାରିବେ। ଏହା ବିଷୟରେ ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ଗ୍ରାହକ ଇଣ୍ଡିଆନ ଅଏଲ କର୍ପୋରେସନର ଯେକୌଣସି ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକେଇବ ପରେ BHIM ଆପ ରୁ ପେମେଣ୍ଟ କଲେ ତାଙ୍କୁ ୫ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ମାଗଣା ମିଳିବ। କିନ୍ତୁ ଏହାର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ କମ ସେ କମ ୧୦୦ ଟଙ୍କାର ପେଟ୍ରୋଲ ପକାଇବାକୁ ପଡିବ।

sbi-petrol-free

 କିପରି ଉଠିବେ ଲାଭ?

ଏସବିଆଇର ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ, ଗ୍ରାହକଙ୍କୁ ପେଟ୍ରୋଲ ଭର୍ତ୍ତି କରିବା ସମୟରେ BHIM ଆପ ଜରିଆରେ ଟଙ୍କା ଦେବାକୁ ପଡିବ।ଏଥିରେ କମ ସେ କମ ଆପଣଙ୍କୁ ୧୦୦ ଟଙ୍କାର ପେଟ୍ରୋଲ ପକେଇବାକୁ ପଡିବ।ଏହା ପରେ ଯେଉଁ ନମ୍ବରରୁ ପେମେଣ୍ଟ କରିଛନ୍ତି ତାହାକୁ 9222222084 ନମ୍ବରକୁ ଏସଏମଏସ କରିବାକୁ ପଡିବ। ଏହା ପରେ ଆପଣ ୫ ଲିଟର ମାଗଣା ପେଟ୍ରୋଲର ଫାଇଦା ଉଠାଇ ପାରିବେ।

market-mobile

ତେବେ ଏହି ଅଫର ସହ ଜଡ଼ିତ ସମସ୍ତ ସର୍ତ୍ତ ଆପଣଙ୍କୁ ଏସବିଆଇର ଅଧିକରିକ ୱେବସାଇଟରୁ ମିଳିପାରିବ।   ଏହା ଛଡା ଅଫର ବିଷୟରେ ଅଧିକ ସୂଚନା ପାଇଁ ଆପଣ ଟୋଲ ଫ୍ରି ନମ୍ବରକୁ ମଧ୍ୟ ଫୋନ କରି ପଚାରିପାରିବେ। ଏଣୁ ଅଫରର ଲାଭ ଉଠାଇବା ପୂର୍ବରୁ ପଢ଼ିରଖନ୍ତୁ ସମସ୍ତ ସର୍ତ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.