Below header

ସିଙ୍ଗାପୁରରେ ଅନୁଷ୍କା ଶର୍ମାଙ୍କ ମହମ ମୂର୍ତ୍ତି : ଚିହ୍ନିଲେ, କିଏ ସତ ଓ କିଏ ପିତୁଳା ?

ମ୍ୟାଡାମ ତୁସାଦ ମ୍ୟୁଜିୟମରେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି । ନାୟିକା ଅନୁଷ୍କା ଶର୍ମାଙ୍କର ଏକ ମହମର ପ୍ରତିମୂର୍ତ୍ତି ମ୍ୟାଡାମ ତୁସାଦ ମ୍ୟୁଜିୟମରେ ପ୍ରଦର୍ଶିତ ହେଉଛି। ଅନୁଷ୍କା ଗତ ସୋମବାର ଦିନ ସିଙ୍ଗାପୁରରେ ମ୍ୟାଡାମ ତୁସାଦଙ୍କ ମ୍ୟୁଜିୟମରେ ନିଜର ମହମ ପ୍ରତିମୂର୍ତ୍ତି ଦେଖିବାକୁ ଯାଇଥିଲେ।

anuska

ଅନୁଷ୍କା କହିଲେ ଯେ ତାଙ୍କୁ ବହୁତ ଖୁସି ଲାଗୁଛି । ପ୍ରଥମ ଥର ପାଇଁ ମୋର ମହମ ପ୍ରତିମୂର୍ତ୍ତି କରାଯାଇଛି । ମୁଁ ମାଡାମ୍‌ ତୁସାଦଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କ ପାଖଷର ଋଣୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋ ପ୍ରଶଂସକମାନେ ସିଂଗାପୁରରେ ମ୍ୟାଡାମ ତୁସାଦଙ୍କ ମ୍ୟଜିୟମକୁ ଯାଇ ମୋର ମହମର ପ୍ରତିମୂର୍ତ୍ତି ଦେଖିପାରିବେ । ତା ସହିତ ସେଲ୍ଫି ମଧ୍ୟ ନେଇ ପାରିବେ। ଅନୁଷ୍କାଙ୍କ ଏହି ମହମର ପ୍ରତିମୂର୍ତ୍ତି ହାତରେ ଏକ ଫୋନ ରହିଛି। ଠିକ୍‌ ସେଲଫି ନେଲା ଭଳି ।

anushka

ସିଂଗାପୁର ସ୍ଥିତମ୍ୟାଡାମ ତୁସାଦ ମ୍ୟୁଜିୟମର ଜେନେରାଲ ମ୍ୟାନେଜର କହିଛନ୍ତି ଯେ ‘‘ ଅନୁଷ୍କା ଶର୍ମା ଜଣେ ବହୁତ ବଡ ଷ୍ଟାର। ତାଙ୍କ ପ୍ରତିମୂର୍ତ୍ତି ଆମ ମ୍ୟୁଜିୟମରେ ରହିବା ସୌଭାଗ୍ୟର କଥା। ଅନୁଷ୍କାଙ୍କ ଏହି ପ୍ରତିମୂର୍ତ୍ତି ଆମ ମ୍ୟୁଜିୟମର ସୁନ୍ଦରତା ବଢ଼ାଉଛି। ସିଂଗାପୁରରେ ଅନ୍ୟ ଭାରତୀୟ ଫିଲ୍ମ ଷ୍ଟାରମାନଙ୍କର ମହମ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ବୋଲି ଦର୍ଶକମାନେ ଆଶାବାଦୀ ଅଛନ୍ତି।
ଏହି ପ୍ରତିମୂର୍ତ୍ତିଟି ବିଲକୁଲ ସତସତିକା ଅନୁଷ୍କାଙ୍କ ଭଳି ଦେଖା ଯାଉଛି, କିଛି କହିବା ଭଳି ଶୈଳୀରେ ଏହାକୁ ନିର୍ମାଣ କରାଯାଇଛି।

ସିଂଗାପୁରର ମ୍ୟାଡାମ ତୁସାଦ ମ୍ୟୁଜିୟମରେ ପୂର୍ବରୁ କାଜୋଲ,ଶାହରୁଖ୍ ଖାନ, ଅମିତାଭ ବଚ୍ଚନ, ଐଶ୍ୱରିୟା ରାୟ, ମାଧୁରୀ ଦୀକ୍ଷିତ, କରୀନା କପୁର ଖାନ ଏବଂ ରଣବୀର କପୁରଙ୍କ ଭଳି ନାମୀଦାମୀ କଳାକାରଙ୍କ ପରେ ବର୍ତ୍ତମାନ ଅନୁଷ୍କା ଶର୍ମାଙ୍କର ମହମ ପ୍ରତିମୂର୍ତ୍ତି ପ୍ରଦର୍ଶନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.