ବଢିଲା ସଂସ୍କାରୀ ବାପା ଆଲୋକ ନାଥଙ୍କ ଅଡୁଆ, ଦୁଷ୍କର୍ମ ମାମଲା ରୁଜୁ କଲା ମୁମ୍ବାଇ ପୋଲିସ

ମୁମ୍ବାଇ(କେନ୍ଯୁଜ୍) : ବଢିଲା ସଂସ୍କାରୀ ବାପା ଆଲୋକ ନାଥଙ୍କ ଅଡୁଆ । ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ନେଇ ମାମଲା ରୁଜୁ । ମୁମ୍ବାଇ ପୋଲିସ ଆଜି ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି । ଆଇପିସି ଧାରା ୩୭୬ରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ମି-ଠୁ କ୍ୟାମ୍ପେନରେ ଜଣେ ପ୍ରଯୋଜିକା ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପୂରା ମାମଲାର ଖୁଲାସା କରିଥିଲେ । ୧୯୯୪ ମସିହାରେ ପ୍ରସିଦ୍ଧ ଶୋ’ ‘ତାରା’ରେ କାମ କରୁଥିବା ସମୟରେ ଏଭଳି ଏକ ଘଟଣା ଘଟିଥିବା ଫେସ୍‌ବୁକ୍‌ରେ ଲେଖିଥିଲେ ପ୍ରଯୋଜିକା । ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିନେତା ଆଲୋକ ନାଥ । ଏହି ଅଭିଯୋଗ ଆସିବା ପରେ କିଛି ଦିନ ତଳେ ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ୍‌ ଆଲୋକ ନାଥଙ୍କ ସଦସ୍ୟତା ରଦ୍ଦ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.