ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର (କେନ୍ୟୁଜ୍) : ବାଲେଶ୍ୱର ନିଧିପଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଆକ୍ରମଣ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଆକ୍ରମଣର ଶୀକାର ହୋଇଥିବା ଡ୍ରାଇଭର ଜଣକ ୟୂପିର ରିଆଜ୍। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡ୍ରାଇଭରଙ୍କ ମୁଣ୍ଡ ଓ ଦେହରେ ଗଭୀର କ୍ଷତ ହୋଇଛି। ଟ୍ରକ୍ ରଖି ଶୌଚ ହେବାରୁ ଯାଇଥିବାବେଳେ ଦୁର୍ବୃତ୍ତଙ୍କ ଆକ୍ରମଣ ଶୀକାର ହୋଇଥିଲେ ରିଆଜ୍। ସେ ଉତ୍ତରପ୍ରଦେଶରୁ ଖାଲି ଟ୍ୟାଙ୍କର ନେଇ ଗ୍ୟାସ ଭର୍ତ୍ତି କରିବା ପାଇଁ ପାରାଦୀପ ଆସୁଥିଲେ।