Below header

ପ୍ରେମିକାକୁ ୩୧ ଖଣ୍ଡ କରି କାଟିବା ଘଟଣା, ଅଭିଯୁକ୍ତ ପ୍ରେମିକ ଓ ପତ୍ନୀ ଗିରଫ

ପରକୀୟା ପ୍ରୀତିରୁ ଯୁବତୀଙ୍କୁ ଜଘନ୍ୟ ହତ୍ୟା କାଣ୍ଡ । ନବରଙ୍ଗପୁରରେ ପ୍ରେମିକାକୁ ୩୧ ଖଣ୍ଡ କରି କାଟି ହତ୍ୟା ଘଟଣାରେ ଦମ୍ପତି ଗିରଫ । ପୋଲିସ୍ ସେମାନଙ୍କୁ କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ବେଳେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁରରେ ପ୍ରେମିକାକୁ ୩୧ ଖଣ୍ଡ କରି କାଟି ହତ୍ୟା ଘଟଣାରେ ଦମ୍ପତି ଗିରଫ । ପୋଲିସ୍ ସେମାନଙ୍କୁ କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ବେଳେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରକୀୟା ପ୍ରୀତିରୁ ଯୁବତୀଙ୍କୁ ଜଘନ୍ୟ ହତ୍ୟା ଘଟଣାରେ ଏମାନେ ଗିରଫ ହୋଇଛନ୍ତି । ପ୍ରେମିକାକୁ ହତ୍ୟା କରିବା ପରେ ମୃତଦେହକୁ ୩୧ ଖଣ୍ଡ କରି ମାଟି ତଳେ ପୋତିଦେଇଥିଲା ବିବାହିତ ପ୍ରେମିକ। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ମୁରମଡିହି ଜଙ୍ଗଲରେ ପୋତା ଯାଇଥିବା ମୃତଦେହ ଠାବ ହୋଇଥିଲା ।

ରକ୍ତ ଛିଟା ଖୋଲିଥିଲା ହତ୍ୟା ରହସ୍ୟ। ଆଖପାଖରେ ଥିବା ଗଛ ଓ ଜମିରେ ରକ୍ତର ଛିଟା ଥିବାରୁ ବଢ଼ିଥିଲା ହତ୍ୟା ସନ୍ଦେହ । ରାଇଘର ପୋଲିସ ଟିମ୍ ପହଞ୍ଚି ମୃତଦେହକୁ ଖୋଳି ବାହାର କରିଥିଲା। ମୃତ ଯୁବତୀ ହେଲେ ବାଗବେଢ଼ା ଗାଁର ତିଲାବତୀ ଗଣ୍ଡ । ମୁରୁମଡିହି ଗାଁର ଚନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ରାଇଘର ପୋଲିସ। ହତ୍ୟା ପଛରେ ତିଲାବତୀଙ୍କ ସହ ଚନ୍ଦ୍ରଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରାଯାଉଛି। ବିବାହିତ ଚନ୍ଦ୍ର ରାଉତ ଓ ତିଲାବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାକୁ ନେଇ ଚନ୍ଦ୍ର ରାଉତଙ୍କ ଘରେ ପାରିବାରିକ ଅଶାନ୍ତି ଦେଖା ଦେଇଥିଲା । ଏହାକୁ ନେଇ ଚନ୍ଦ୍ର ଓ ପତ୍ନୀ ମିଶି ତିଲାବତୀଙ୍କୁ ହତ୍ୟା କରି ପୋତି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.