ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ଘରୁ ସୁନା ଚେନ ଚୋରି ଘଟଣା, ଅଭିଯୁକ୍ତ ଡ୍ରାଇଭର ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ଘରୁ ସୁନା ଚେନ ଚୋରି ଘଟଣାରେ ଅଭିଯୁକ୍ତ ଡ୍ରାଇଭର ସୁମନ ପ୍ରଧାନ ଗିରଫ । ଅବସର ବେଉରିଆଙ୍କ ପକ୍ଷରୁ ଚୋରି ନେଇ ଭୁବନେଶ୍ୱର ସହିଦନଗର ଥାନାରେ ଏତଲା ଦିଆଯାଇଥିଲା । ତାଙ୍କ ଘର ଠାକୁରଙ୍କ ନିକଟରେ ୨୨ଟି ସୁନା ଚେନ୍‌ ଲାଗି ହୋଇଥିଲା । ଏହାର ଚାବି ଡ୍ରାଇଭର ପାଖରେ ରହୁଥିଲେ ।

ହେଲେ ଅଭିଯୁକ୍ତ ଡ୍ରାଇଭର ସୁବିଧା ଦେଖି ଠାକୁରଙ୍କ ପାଖରୁ ସୁନା ଚେନ୍‌ ଚୋରି କରି କପଡ଼ାରେ ଗୁଡ଼ାଇ ନିଜ ଖଟରେ ବେଡ ତଳେ ରଖୁଥିଲା । ପୋଲିସ ସୁନା ଚେନ ଜବତ କରିବା ସହ ଅଭିଯୁକ୍ତ ସୁମନକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.