ହିମାଚଳ ପ୍ରଦେଶରେ ଲାହାଉଲ ସ୍ପିତିରେ ପାହାଡ଼ ଧସି ବଦଳିଲା ଚେନ୍ନାବ ନଦୀର ଗତିପଥ

ହିମାଚଳ ପ୍ରଦେଶ: ପାହାଡ଼ ଧସି ବଦଳିଲା ନଦୀର ଗତିପଥ। ହିମାଚଳ ପ୍ରଦେଶରେ ଲାହାଉଲ ସ୍ପିତିରେ ପାହାଡ଼ ଧସି ଚେନ୍ନାବ ନଦୀର ଗତିପଥ ବଦଳିଛି। ନାଲଦା ଠାରେ ପାହାଡ଼ର ବିଶାଳ ଅଂଶ ଧସିଥିଲା। ପାହାଡ଼ ତଳେ ପ୍ରବାହିତ ହେଉଥିବା ଚେନ୍ନାବ ନଦୀରେ ପାହାଡ଼ରୁ ଖସିଥିବା ବିରାଟ ପଥର ଖଣ୍ଡ ସବୁ ପଡ଼ିଥିଲା। ଏହା ଦ୍ୱାରା ନଦୀର ଜଳସ୍ରୋତରେ ବାଧା ଉପୁଜିଥିଲା।

ପାଣି ଜମା ହେବା ପରେ ଏହାର ଗତିପଥ ମଧ୍ୟ ବଦଳିଥିଲା। ନଦୀ ଅବବାହିକାରେ ଥିବା ଅନେକ ଗାଁ ପ୍ରତି ଏହା ବିପଦ ସୃଷ୍ଟି କରିବା ପରେ ଗ୍ରାମବାସୀ ସୁରକ୍ଷିତ ସ୍ଥାନକୁ ପଳାଇଥିଲେ। ଜୁଡା, ଜଶରଥ ଓ ତଡ଼ଙ୍ଗ ଆଦି ଗାଁର ଅନେକ ଜମିରେ ଜଳ ପ୍ରବେଶ କରି ବ୍ୟାପକ ଫସଲ କ୍ଷତି ହୋଇଛି। ସ୍ଥିତିର ଗମ୍ଭୀରତା ପରେ ରାଜ୍ୟ ବୈଷୟିକ ବିଭାଗ ମନ୍ତ୍ରୀ ରାମଲାଲ ମାର୍କଣ୍ଡ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ଭେଟି ଆଲୋଚନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.