Below header

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା : ତଦନ୍ତକାରୀ ଟିମ୍‌ ଆଗରେ ହାଜର ହେଲେ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା

ଗଜପତି (କେନ୍ୟୁଜ) : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । ଆଜି ତଦନ୍ତକାରୀ ଟିମ୍‌ ଆଗରେ ହାଜର ହୋଇଛନ୍ତି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା । ପାରଳାଖେମୁଣ୍ଡି ଥାନାରେ ତାଙ୍କୁ ପଚରାଉଚରା ଜାରି ରହିଛି । ଘଟଣାଦିନ ରାତିରେ ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ରାସ୍ତାରେ ମମତା ପଣ୍ଡା ଅଟକାଇଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା । ଅଭିଯୋଗ ଉପରେ ତାଙ୍କର କଣ ଭୂମିକା ରହିଛି ? କାହିଁକି ସେ ଆମ୍ବୁଲାନ୍ସ ଅଟକାଇଥିଲେ ? କେତେ ସମୟ ପାଇଁ ସେ ଅଟକାଇଥିଲେ ଆମ୍ବୁଲାନ୍ସ ? ସେଦିନ ସେ ହସ୍ପିଟାଲକୁ କାହିଁକି ଆସିଥିଲେ ? ବିଦ୍ୟାଭାରତୀ ତାଙ୍କୁ ଫୋନ୍‌ କରି ଡାକିଥିଲେ କି ? ଏମିତି ଅନେକ ପ୍ରଶ୍ନ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ପଚରାଉଚରା କରିଥିବା ସୂଚନା ମିଳିଛି । ଆଗକୁ ଗଜପତି ଡିଏଫଓଙ୍କ ସମେତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା ହୋଇପାରେ । କେମିତି ଲାଗିଲା ଏସିଏଫ ସୌମ୍ୟରଂଜନଙ୍କ ଶରୀରରେ ନିଆଁ ? କ୍ରାଇମବ୍ରାଞ୍ଚ ଖିଅ ଖୋଜୁଥିବା ବେଳେ ପୂର୍ବରୁ ତିନି ଦିନ ଧରି ବିଭିନ୍ନ ଲୋକଙ୍କୁ ଘନ ଘନ ଜେରା ହୋଇଥିଲା । ଏହାରି ଭିତରେ ୧୫ ଜଣଙ୍କୁ ଜେରା ସରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.