ନିଜେ ନିଜେ ଟ୍ରାଫିକ୍‌ ପୋଲିସ ବନିଗଲା ତାଲିବାନୀ ଆତଙ୍କବାଦୀ, ବର୍ଦ୍ଦି ନାଁରେ କେବଳ ଟୋପି ପିନ୍ଧି କରୁଛି ଡ୍ୟୁଟି; ଦେଖନ୍ତୁ ଭିଡିଓ

ଆଫଗାନିସ୍ତାନ ଉପରେ ତାଲିବାନ୍‌ କବ୍‌ଜା କରିବା ପରେ ସେଠାକାର ସ୍ଥିତି ସଙ୍ଗୀନ ରହିଛି। ଦେଶକୁ ତାଲିବାନ୍‌ମାନେ ନିଜ ହାତକୁ ନେବା ପରେ ସାଧାରଣ ଜନତା ବି ଭୟଭୀତ ହୋଇ ପଡ଼ିଛନ୍ତି। ଲୋକମାନେ ଯେକୌଣସି ମତେ ଦେଶ ଛାଡ଼ିବାକୁ ଚେଷ୍ଟା କରୁଛନ୍ତି। ତେବେ ଇତି ମଧ୍ୟରେ ସୋସିଆଲ ମିଡିଆରେ ତାଲିବାନୀ ଆତଙ୍କବାଦୀଙ୍କ ଫଟୋ ଖୁବ୍‌ ଭାଇରାଲ ହେଉଛି, ଯାହା ଖୁବ୍‌ ମଜାଳିଆ ଲାଗୁଛି।

ଦେଖନ୍ତୁ ଭିଡିଓ:

ଭାଇରାଲ ହେଉଥିବା ଭିଡିଓରେ ଏକ ଆତଙ୍କବାଦୀ ଟ୍ରାଫିକ୍‌ କଣ୍ଟ୍ରୋଲ କରୁଥିବା ଦେଖାଯାଇଛି। କିନ୍ତୁ ସେ ବର୍ଦ୍ଦି ନାଁରେ କେବଳ ଟୋପି ପିନ୍ଧିଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓରେ ତାଲିବାନୀ ଆତଙ୍କୀ ହାତରେ ଟ୍ରାଫିକ୍‌ କଣ୍ଟ୍ରୋଲ କରୁଥିବା ସିଗ୍‌ନାଲ ବି ଧରିଛନ୍ତି। ଏଥିସହ ତାଙ୍କ କାନ୍ଧରେ ବନ୍ଧୁକ ବି ଝୁଲିଛି। ଭିଡିଓ କ୍ୟାପସନ୍‌ରେ ଲେଖାଯାଇଛି- ଆଫଗାନିସ୍ତାନର ନୂଆ ଟ୍ରାଫିକ୍‌ ପୋଲିସ। ଭୁଲ ହେବାର କୌଣସି ସ୍କୋପ୍‌ ନାହିଁ।

ଭାଇରାଲ ହେଉଥିବା ଏହି ଭିଡିଓକୁ ଟ୍ଵିଟରରେ ଆଇପିଏସ୍‌ ରୂପିନ୍‌ ଶର୍ମା ସେୟାର କରିଛନ୍ତି। ତେବେ ଭିଡିଓ ଦେଖି ୟୁଜର୍ସମାନେ ଖୁବ୍‌ ମଜାଳିଆ କମେଣ୍ଟ କରୁଛନ୍ତି। କିଏ କହୁଛି ହାତରେ ବନ୍ଧୁକ ଅଛି ଭୁଲ କଲେ ସିଧା ଉଡ଼େଇ ଦେବ। ସେହିଭଳି ଆଉ କିଏ କହୁଛି ବିନା ପରୀକ୍ଷାରେ ଟ୍ରାଫିକ୍‌ ପୋଲିସ। ଭିଡିଓକୁ ଦେଖି ଲୋକେ ମଜାଳିଆ କମେଣ୍ଟ କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.