ଶଙ୍କାରାଚର୍ୟ୍ୟଙ୍କୁ ସାକ୍ଷାତ କଲେ ଡକ୍ଟର ଅଚ୍ୟୁତ ସାମନ୍ତ !

ପୁରୀ : ଶଙ୍କରାଚାର୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଛନ୍ତି କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଗୋବର୍ଦ୍ଧନ ମଠରେ ଶଙ୍କରାଚାର୍ୟ୍ୟଙ୍କୁ ଭେଟି ସେ ଆଶୀର୍ବାଦ କାମନା କରିଛନ୍ତି । ଏହି ଅବସରରେ କିସ୍ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିବା ନେଇ ଶଙ୍କରାଚାର୍ୟ୍ୟଙ୍କୁ ଅବଗତ କରିବା ସହ ରାଜ୍ୟ ବାହାରେ ଓ ବିଦେଶରେ ଥିବା ଏହି ବିଶ୍ୱବିଦ୍ୟାଳୟର ଶାଖା ସଂପର୍କରେ ଜଣାଇଥିଲେ।

ଶଙ୍କରାଚାର୍ୟ୍ୟ ଏନେଇ ଖୁସି ପ୍ରକାଶ କରିବା ସହ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟକୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଡକ୍ଟର ସାମନ୍ତ ଶଙ୍କରାଚାର୍ୟ୍ୟଙ୍କୁ ଅପ୍ରତିମ ଭାରତ ଶୀର୍ଷକ ପୁସ୍ତକ ଭେଟି ଦେଇଛନ୍ତି । ଏହି ଅବସରରେ ଗୋବର୍ଦ୍ଧନ ମଠର ମର୍ୟ୍ୟାଦା ରକ୍ଷା ପାଇଁ ଶାସନକଳ ପ୍ରୟାସ କରିବା ଆବଶ୍ୟକ ବୋଲି ଶଙ୍କରାଚାର୍ୟ୍ୟ କହିଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ବରିଷ୍ଠ ସାମ୍ବାଦିକ ଅଶୋକ ପାଣ୍ଡେ, ଆଦିତ୍ୟ ବାହିନୀର ସଂଯୋଜକ ଜିତେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.