କନ୍ଧମାଳ: ସହିଦଙ୍କ ଭାଇ ଭଉଣୀଙ୍କୁ ପାଠପଢା ସହ ଚାକିରିରେ ଦେବେ କନ୍ଧମାଳ ସାଂସଦ ତଥା କିଟ୍ କିସ୍ ପ୍ରତିଷ୍ଠାତ ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍ (ବ୍ୟୁରୋ): ଗାଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷରେ ପ୍ରାଣ ହରାଇଛନ୍ତି ଦେଶର ୨୦ ଜଣ ଯବାନ। ଏମାନଙ୍କ ମଧ୍ୟରେ ଓଡ଼ିଶା ଦୁଇ ସହିଦ ହୋଇଛନ୍ତି। ଦୁଇ ସହିଦ ହେଉଛନ୍ତି କନ୍ଧମାଳରୁ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ରାଇରଙ୍ଗପୁରର ନନ୍ଦୁରାମ ସୋରେନ । କନ୍ଧମାଳର  ସହିଦଙ୍କ  ଭାଇ ଭଉଣୀଙ୍କ ପଢା ଖର୍ଚ୍ଚ ବହନ କରିବେ ବୋଲି  କନ୍ଧମାଳ ସାଂସଦ ତଥା କିଟ୍ କିସି ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ କହିଛନ୍ତି।

ଗତକାଲି ସନ୍ଧ୍ୟାରେ ସେମାନଙ୍କ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସଲାମୀ ଦିଆଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ  ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି  ଅବସରରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସହିଦଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ ।  ଶ୍ରଦ୍ଧାଞ୍ଜଳି  ଦେଇସାରିବା ପରେ ଡ.ସାମନ୍ତଙ୍କୁ ଜଣାଇଥିଲେ ଯେ ‘‘କନ୍ଧମାଳର ଯବାନଙ୍କ ପରିବାର ସମସ୍ତ ପିଲାମାନଙ୍କ ଶିକ୍ଷା ଦାୟିତ୍ବ ମୁଁ ବହନ କରିବି । ସମସ୍ତ ପିଲାଙ୍କୁ କିଟ୍‌ ଓ କିସରେ ମାଗଣ ଶିକ୍ଷାଦାନ ପାଇଁ ମୁଁ ତାଙ୍କ ପରିବାରକୁ ପ୍ରସ୍ତାବ ଦେଇଛି ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.