ଓସ୍‌ଡମା ପକ୍ଷରୁ ଚାନ୍ଦବାଲି ବ୍ଲକର ୧୬ ବାତ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ

ଚାନ୍ଦବାଲି :  ଆଗକୁ ଆସୁଛି ବର୍ଷା ଦିନ । ତେଣୁ ସରକାରଙ୍କ ନିର୍ଦ୍ଦେଶରେ ସାରା ରାଜ୍ୟରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ କରାଯାଇଛି ମକ୍‌ ଡ୍ରିଲ । ଚଳିତ ବର୍ଷ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓସଡମା ତରଫରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ମଧ୍ୟ ମକ୍‌ ଡ୍ରିଲ କରାଯାଇଛି ।

chandbali.jpg-1

ଆଜି ଚାନ୍ଦବାଲି ବ୍ଲକର ଚଡଦିଆ ପଞ୍ଚାୟତର ଶୈଳେନ୍ଦ୍ରପଲ୍ଲୀ, ହରିଶପୁର, ଚଡଦିଆ ସମେତ ବ୍ଲକର ୧୬ ଗୋଟି ବାତ୍ୟା ଆଶ୍ରୟସ୍ଥଳୀରେ ମକ୍‌ ଡ୍ରିଲ କରାଯାଇଥିଲା । ଶୈଳେନ୍ଦ୍ରପଲ୍ଲୀ ଓ ହରିଶପୁର ବାତ୍ୟା ଆଶ୍ରୟସ୍ଥଳୀରେ ସ୍ଥାନୀୟ ସରପଞ୍ଚଙ୍କ ସଭାପତିତ୍ୱରେ ଏକ ସଭା କରାଯାଇଥିଲା ।

ସଭାରେ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ଓଡ୍ରାଫ ଓ ଅଗ୍ନିଶମ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ରହି ବାତ୍ୟା ଓ ବନ୍ୟା ଆସିଲେ ଲୋକମାନେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କର ଜୀବନ ବଞ୍ଚାଇପାରିବା ଓ ବାତ୍ୟା ସମୟରେ ଗଛ ଭାଙ୍ଗି ପଡିଲେ କିପରି କାଟି ସଫାକରିବା ସେ ବିଷୟରେ ଲୋକମାନଙ୍କୁ ଡେମୋ ଦେଖାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.