Below header

ଯାଜପୁର: ଜାରକା ଛକ ନିକଟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ଯାଜପୁର(କେନ୍ୟୁଜ): ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଜାରକା ଛକ ନିକଟରେ। ମୃତ ଯୁବକ ହେଲେ ଧର୍ମଶାଳା ଥାନା ସିଦ୍ଧିପୁର ଗାଁର ବିଶିଷ୍ଟ ପ୍ରବଚକ ପଣ୍ଡିତ ଗଣେଶ୍ୱର ପରିଡାଙ୍କ ଏକମାତ୍ର ପୁଅ ପ୍ରଜ୍ଞା ପ୍ରକାଶ ପରିଡା (୪୦)। ସେ ଆଜି ଜାରକା ବଜାରକୁ ଆସି ଘରୋଇ କାମ ପାଇଁ ପାଇପ କିଣିଥିଲେ। ପରେ ନିକଟରେ ଥିବା ବନ୍ଧୁ ଘରେ ପାଇପ ରଖିବାକୁ ଯିବା ସମୟରେ ଅସବଧାନତାବଶତଃ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ।

ସଙ୍ଗେ ସଙ୍ଗେ ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଧର୍ମଶାଳା ପୋଲିସ ଏକ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ପାଇଁ ଯାଜପୁର ମେଡିକାଲ ପଠାଇ ଘଟଣାର ତଦନ୍ତ ଚଳାଇଛି। ତେବେ ପ୍ରଜ୍ଞାଙ୍କ ଅକାଳ ବିୟୋଗରେ ସମ୍ପୃକ୍ତ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.