ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତା ବାବୁସାନ: କହିଲେ ପ୍ରଥମେ ଘରକୁ ଯିବି, ବାପା ମା’ଙ୍କୁ ଦେଖା କରିବି

ଭୁବନେଶ୍ୱର(କେନ୍ୟୁଜ୍): ଘରକୁ ଫେରିଲେ ବାବୁସାନ୍‌। ଜଗନ୍ନାଥବିହାର ସ୍ଥିତ ନିଜ ଘରେ ପହଞ୍ଚିଲେ ବାବୁସାନ। ଚେନ୍ନାଇରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହ଼ଞ୍ଚିଥିଲେ। ଇଣ୍ଡିଗୋ ଫ୍ଲାଇଟ୍‌ରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରୁ ସିଧାସଳଖ ଘରକୁ ଆସିଲେ ବାବୁସାନ୍‌।

ଆଜି ବାବୁସାନ୍‌ଙ୍କ ବୟାନ ରେକର୍ଡ କରିବ ଖାରବେଳନଗର ଥାନା ପୋଲିସ। ଯେତେବେେଳେ ଯାହା କହିବା କଥା କହିବି ବୋଲି କହିଛନ୍ତି ବାବୁସାନ୍‌। ପୁରା ଘଟଣା ନେଇ ଗଣମାଧ୍ୟମକୁ ପ୍ରେସମିଟ୍‌ରେ ସୂଚନା ଦେବେ ଅପରାଜିତା ଓ ବାବୁସାନ୍‌। ପ୍ରକୃତିଙ୍କୁ ନେଇ ବିବାଦ ପରେ ଚେନ୍ନାଇ ଯାଇଥିଲେ ବାବୁସାନ । ରବିବାର ସନ୍ଧ୍ୟାରେ ଶେଷ ଭିଡିଓ ସେୟାର କରିଥିଲେ । ତା ପରଠୁ ବାବୁସାନଙ୍କ ଗାଏବ ପରେ ସସପେନ୍ସ ବଢ଼ିଥିଲା।

Leave A Reply

Your email address will not be published.