କିସ୍‌ରେ ଆଦି ପରବ୍‌ କାର୍ଯ୍ୟକ୍ରମ , ଜନଜାତିଙ୍କ ଐତିହ୍ୟ ଓ ସଂସ୍କୃତି ପ୍ରଦର୍ଶିତ କଲେ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍) : କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସେସ୍‌, କିସ୍‌ରେ ଆୟୋଜିତ ହୋଇଛି ଜନଜାତିଙ୍କ ପ୍ରଦର୍ଶନୀ। ମୁଖ୍ୟ ଉଦ୍ଦେଶ୍ୟ ଜନଜାତିଙ୍କ ଐତିହ୍ୟ, କଳା ସଂସ୍କୃତି ଓ ଭାଷା ସହିତ୍ୟର ପ୍ରଚାର ପ୍ରସାର କରିବା ଓ ସେମାନଙ୍କ ଜୀବନଶୈଳୀକୁ ଲୋକଙ୍କ ସାମ୍ନାକୁ ଆଣିବା। କିସ୍‌ର ସାତଟି ବିଭାଗର ଛାତ୍ରଛାତ୍ରୀଙ୍କ ସାତଟି ଥିମ୍‌ ପ୍ରଦର୍ଶିତ ହୋଇଛି। ଜନଜାତି ସଂସ୍କୃତି ଦର୍ଶନ ଏବଂ ପରିବେଶ ଆଧ୍ୟାତ୍ମିକ ବିଭାଗର ବିଷୟ ରହିଛି ଜନଜାତି ଐତିହ୍ୟ ଓ ସଂସ୍କୃତି, ଜନଜାତି ବିଧିବିଧାନ ଏବଂ ଅଧିକାର ଅଧ୍ୟୟନ ବିଭାଗର ଛାତ୍ରଛାତ୍ରୀମାନେ ଜନଜାତି ନ୍ୟାୟାଳୟ ଓ ବିଚାର ପଦ୍ଧତି ଥିମ୍‌କୁ ପ୍ରଦର୍ଶିତ କରିଛନ୍ତି।

adi parabସେହିଭଳି ଜନଜାତି ଐତିହ୍ୟ ଏବଂ ଭାରତୀୟ ବିଦ୍ୟାବିଭାଗର ଛାତ୍ରଛାତ୍ରୀମାନ ଜନଜାତି ଗୃହାବସ୍ଥାନ, ଜନଜାତି ସଂଶୋଧନ ପରିଚାଳନା ବିଭାଗର ବାଣିଜ୍ୟ ବିନିମୟ, ତୁଳନାତ୍ମକ ଜନଜାତି ସାହିତ୍ୟ ଏବଂ ଭାଷାତତ୍ତ୍ୱ ବିଭାଗର ଜନଜାତି ଭାଷା ସାହିତ୍ୟ, ତୁଳନାତ୍ମକ ଭାରତୀୟ ଜ୍ଞାନ ଓ ଜନଜାତି ବଜ୍ଞାନ ବିଭାଗର ଜନଜାତି ଔଷଧୀୟ ଚେରମୂଳ, ଆଦିମ ଜ୍ଞାନ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ଛାତ୍ର ଛାତ୍ରୀମାନେ ଖାଦ୍ୟ ଏବଂ ପାନୀୟକୁ ନେଇ ପ୍ରଦର୍ଶନୀ କରିଛନ୍ତି ।