Below header

Oppo F9 Pro ଦାମ ହେଲା କମ୍ , ୫ ମିନିଟ୍ ଚାର୍ଜିଂରେ ମିଳିବ ୨ ଘଣ୍ଟାର ବ୍ୟାକଅପ୍

ଚାଇନିଜ ସ୍ମାର୍ଟଫୋନ ନର୍ମାତା କମ୍ପାନୀ Oppoନିଜର ସ୍ମାର୍ଟଫୋନ Oppo F9 Proର ଦାମ ଉପରେ ଭାରତରେ ରିହାତି ଦେଇଛନ୍ତି। Oppo F9 Proକୁ ୨,୦୦୦ ଟଙ୍କାର ରିହାତି ସହିତ ଏହାକୁ ଅଫଲାଇନ ଏବଂ ଅନଲାଇନ ଷ୍ଟୋରରୁ କିଣା ଯାଇପାରିବ। ଏହି ଫୋନ ଗତ ବର୍ଷ ଅଗଷ୍ଟରେ ଲଞ୍ଚ କରାଯାଇଥିଲା। ଏହି ଫୋନର ଖାସିୟତ ହେଉଛି ଏଥିରେ ବିଓଓସି ଫାଷ୍ଟ ଚାର୍ଜିଂ ସହିତ ୱାଟରଡ୍ରପ୍ ନାଞ୍ଚ ଡିସପ୍ଲେ ମିଳିଥାଏ।

Oppo F9 Proର ଦାମ୍

oppo f9ରିହାତି ପରେ ଏହାର ଦାମ ହୋଇଯାଇଛି ୧୯,୯୯୦ ଟଙ୍କା। ଏହି ରିହାତିର ସୂଚନା ଦେଇଛି ମୁମ୍ବାଇର ନାମି ମହେଶ ଟେଲିକମ୍ ଟ୍ବିଟ କରି ଜଣାଇଛନ୍ତି। ଅବଶ୍ୟ ଏହା ବିଷୟରେ ଇଣ୍ଡିଆ କୌଣସି ସୂଚନା ଦେଇନାହିଁ। Oppo F9 Proଅସଲି ପ୍ରାଇସ୍ ଥିଲା ୨୧,୯୯୦ ଟଙ୍କା।

ଫୋନରେ ୬.୩ ଇଞ୍ଚର ଫୁଲ ଏଚଡି ପ୍ଲସ୍ ଡିସପ୍ଲେ ରହିଛି ଯାହାର ରିଜ୍ୟୁଲୁସନ 1080×2340 ପିକ୍ସଲ ଏବଂ ଆସପେକ୍ଟ ରେସିଓ ୧୯.୫:୯ ରହିଛି। ଏହାଛଡା ଫୋନରେ ଡୁଆଲ ସିମ୍ ସପୋର୍ଟ, ଆଣ୍ଡ୍ରଏଡ୍ ଓରିଓ ୮.୧, ମିଡିୟାଟେକ ଆକ୍ଟୋକାର ହିଲିଓ ପ୍ରୋସେସର, ୬ ଜିବି/ ୮ ଜିବି ରାମ ଏବଂ ୬୪/୧୨୮ ଜିବି ର ଷ୍ଟୋରେଜ ମିଳିବ ଭଳି ୨୫୬ ଜିବି ପର‌୍ୟ୍ୟନ୍ତ ବଢ଼ା ଯାଇପାରିବ।

oppoକ୍ୟାମେରା

ଏଥିରେ ଡୁଆଲ ରିୟର କ୍ୟାମେରା ରହିଛି ଯେଉଁଥିରେ ଗୋଟିଏ କ୍ୟାମେରା ୧୬ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଫୋନରେ ୩୫୦୦ ଏମଏଚ ର ବ୍ୟାଟେରୀ ଏବଂ କନେକ୍ଟିଭିଟି ସହିତ ଏଥିରେ ଡୁଆଲ ୪ଜି ଭିଓଏଲଟିଇ, ୱାଇଫାଇ, ବ୍ଲୁଟୁଥ୍, ଜିପିଏସ, ମାଇକ୍ରୋ ୟୁଏସିବି ଏବଂ ୩.୫ ଏମଏମ ର ହେଡଫୋନ ଜ୍ୟାକ ମିଳିବ। ଖାସ କଥା ହେଉଛି ଫୋନରେ ଫାଷ୍ଟ ଚାର୍ଜିଂ ର ସପୋର୍ଟ ମିଳିବ, ଯାହା ସାହାଯ୍ୟରେ ୫ ମିନିଟର ଚାର୍ଜିଂରେ ବ୍ୟାଟେରୀ ଦୁଇ ଘଣ୍ଟାର ବ୍ୟାକଅପ୍ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.