ଉତ୍ତର ପ୍ରଦେଶ ଶାହାରନପୁରରୁ ଧରାପଡ଼ିଲେ ଦୁଇ ଆତଙ୍କବାଦୀ, ଜୈସ-ମହମ୍ମଦ ଗ୍ରୁପ୍‌ର ଗ୍ରେନେଡ୍‌ ଏକ୍ସପର୍ଟ

ଲକ୍ଷ୍ନୌ : ଧରାପଡ଼ିଲେ ଦୁଇ ଜଣ ଆତଙ୍କବାଦୀ । ଉତ୍ତର ପ୍ରଦେଶର ଆଣ୍ଟି ଟେରରିଷ୍ଟ ସ୍କ୍ଵାର୍ଡ଼ ୧୨ ଜଣ ଧରାପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ବୋଲି ସନ୍ଦେହ କରାଯାଉଛି । ଏମାନେ ସଂଗଠନ ପାଇଁ ସଦସ୍ୟ ଓ ଅର୍ଥ ଆଦି ସଂଗ୍ରହ କରୁଥିଲେ ବୋଲି ସୂଚନା ମିଳିଛି । ଏ ସମ୍ପର୍କରେ ଆଜି ଉତ୍ତର ପ୍ରଦେଶ ପୋଲିସ୍‌ ଡିଜି ଓ.ପି. ସିଂହ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଦୁଇ ଆତଙ୍କବାଦୀ ହେଲେ ଶାହାନଓ୍ଵାଜ ତେଲି ଓ ଆକିବ ଅହମଦ ମଲିକ ।
ତେଲିର ଘର ହେଉଛି କଶ୍ମୀର କୁଲଗାଁଓରେ । ସେ ନିଜ ନାମ ଲୁଚାଇ ଜଣେ ଛାତ୍ର ଭାବରେ ଶାହାରନପୁରରେ ରହୁଥିଲା । ସେହିଭଳି ପୁଲଓ୍ଵାମାର ଆକିବ ମଧ୍ୟ ଶାହାରନପୁରରେ ରହୁଥିଲା ବୋଲି ପୋଲିସ୍‌ ସୂଚନା ଦେଇଛି । ସେମାନଙ୍କ ଠାରୁ ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ଅଧିକ ସୂଚନା ପାଇଁ ପଚରା ଉଚରା ଜାରି ରହିଛି । ଆହୁରି ମଧ୍ୟ ସେମାନଙ୍କ ଠାରୁ ଜବତ ହୋଇଥିବା ମୋବାଲରେ ସେମାନେ ଜୈସ-ଇ-ମହମ୍ମଦ ଗୋଷ୍ଠୀ ସହ ଚାଟିଂ କରିଥିବା ଜଣାପଡ଼ିଛି । ପୁଣି ‘ଜିହାଦି’ ଭିଡିଓ ମଧ୍ୟ ଏଥିରେ ରହିଛି । ତେଲି ଗ୍ରେନେଡ୍‌ ତିଆରି କରିବାରେ ଓସ୍ତାଦ ଏବଂ ଆକିବ ଅସ୍ତ୍ରଶସ୍ତ୍ର ବିଷୟରେ ଅଭିଜ୍ଞ । ଏମାନେ ଏଠାରେ କେତେ ଲୋକଙ୍କୁ ତାଙ୍କ ଗ୍ରୁପ୍‌ରେ ସାମିଲ କରିଛନ୍ତି, ସେ ସମ୍ପର୍କରେ ଜାଣିବାକୁ ପୋଲିସ୍‌ ଜୋରସୋରରେ ତଦନ୍ତ ଚଳାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.