ଦିଲ୍ଲୀରେ ହେବ ନ୍ୟୁକ୍ଲିୟର ଆଟାକ : ରାଷ୍ଟ୍ରପତି ଭବନକୁ ମଧ୍ୟ ଉଡାଯିବ, ଡେଟିଂ ଆପ୍ ରେ ଯୁବତୀ ଦେଲେ ଧମକ

ଯୁବତୀ ଜଣକ ଡ଼େଟିଙ୍ଗ୍‌ ଆପରେ ଚାଟ୍ କରୁଥିବା ସମୟରେ ଯୁବକଙ୍କୁ ଦିଲ୍ଲୀରେ ନ୍ୟୁକ୍ଲୀୟର ଆଟାକ ଏବଂ ରାଷ୍ଟ୍ରପତି ଭବନ ଉଡ଼ାଇବାର ଧମକ ଦେଇଛନ୍ତି। ଏହି ଖବର ଯୁବକ ଜଣକ ବୁଧବାର ରାତିରେ ଲକ୍ଷ୍ମୀ ନଗର ଅଞ୍ଚଳର ପୋଲିସକୁ ଜଣାଇଥିଲେ। ଖବର ଶୁଣିବା ପରେ ପୋଲିସଙ୍କ ହୋସ ଉଡ଼ିଯାଇଥିଲା। ଏହି ଖବର ଫୋନ ମାଧ୍ୟମରେ ଜଣାଇଥିବା ଯୁବକ ଜଣଙ୍କୁ ପୋଲିସ ତୁରନ୍ତ ଉଠାଇନେଇଥିଲେ।  ଯୁବକ ଜଣକ ସିଏ ର ଛାତ୍ର ଥିଲେ ଏବଂ ସେ ମାନସିକ ରୋଗରେ ପିଡ଼ିତ ଥିଲେ। ଚାଟ୍ ରେ ଧମକ ଦେଇଥିବା ଯୁବତୀଙ୍କୁ ଖୋଜୁଛି ପୋଲିସ। ବିଭିନ୍ନ ପଚରା-ଉଚରା ପରେ ଯୁବକ ଜଣଙ୍କୁ ଛାଡ଼ି ଦିଆଦେଇଥିଲା ପୋଲିସ।

mental boyପୋଲିସର ସୂଚନା ଅନୁଯାୟୀ, ବୁଧବାର ଦିନ ରାତି ୧୦.୩୦ରେ ପୋଲିସ ନିୟନ୍ତ୍ରଣ କକ୍ଷକୁ ଜଣେ ଯୁବକ ଫୋନ କରି ନ୍ୟୁକ୍ଲିୟର ଆଟାକ ଏବଂ ରାଷ୍ଟ୍ରପତି ଭବନ ଉଡ଼ାଇଦେବାର ସୂଚନା ଦେଇଥିଲେ। ଖବର ପାଇବା ପରେ ପୋଲିସ ତୁରନ୍ତ କଲ ର ଲୋକେସନ ଟ୍ରେସ୍‌ କରି ଲକ୍ଷ୍ମୀ ନଗର ସ୍ଥିତ ଗୁରୁ ରାମଦାସ ନଗରର ଏକ ଘରେ ରେଡ଼ କରି ଯୁବକ ଜଣଙ୍କୁ କଷ୍ଟଡ଼ିରେ ନେଇଯାଇଥିଲେ। ଆଇବି, ସ୍ପେଶାଲ ସେଲ ଏବଂ ସେହି ଅଞ୍ଚଳର ପୋଲିସ ବ୍ୟତୀତ ଅନ୍ୟ ଇନଭେଷ୍ଟିଗେସନ ଏଜେନ୍ସି ମାନେ ମଧ୍ୟ ଯୁବକ ଜଣଙ୍କୁ ଲକ୍ଷ୍ମୀ ନଗର ଥାନାରେ ବସାଇ ପୁରା ରାତି ପଚରା-ଉଚରା କରିଥିଲେ।

ଯୁବକ ଜଣକ କହିଥିଲେ ସେ ଡେଟିଙ୍ଗ ଆପ ଜରିଆରେ ଜଣେ ଯୁବତୀଙ୍କ ସହିତ ଚାଟିଂ କରୁଥିଲେ। ଚାଟ୍ ସମୟରେ ଯୁବତୀଙ୍କ ସହିତ ତାଙ୍କର ଯୁକ୍ତି ତର୍କ ହେବାରୁ ସେ ଯୁବକଙ୍କୁ କିଏ ବୋଲି ଜାଣିନଥିବା କଥା କହିଥିଲେ। ଯୁବତୀ ଜଣକ ତାଙ୍କୁ ଏବେ ଦିଲ୍ଲୀରେ ନ୍ୟୁକ୍ଲିୟର ଆଟାକ ହେବା ସହିତ ରାଷ୍ଟ୍ରପତି ଭବନ ଉଡ଼ାଇଦିଆଯିବ ବୋଲି କହିଥିଲେ। ଯୁବକଙ୍କ କହିବା ମୁତାବକ ଦେଶର ହିତ ପାଇଁ ଏହି ଧମକ ବିଷୟରେ ପୋଲିସକୁ ଜଣାଇବା ପାଇଁ ସେ ପିସିଆରକୁ କଲ କରିଥିଲେ।