ଆଦିତ୍ୟ ଦାସ ମୃ‌ତ୍ୟୁ ମାମଲା: ବିଦ୍ୟାଶ୍ରୀ, ପପୁ ଓ ବିକାଶଙ୍କ ହୋଇପାରେ ପଲିଗ୍ରାଫ ଟେଷ୍ଟ

କେନ୍ୟୁଜ୍(ବ୍ୟୁରୋ):  ମାସେ ପୁରିବାକୁ ବସିଲାଣି ସମାଜସେବୀ ଆଦିତ୍ୟ ଦାସ ମୃ‌ତ୍ୟୁ ମାମଲା । ତଥାପି ଜିଆରପି ଓ କ୍ରାଇମବ୍ରାଞ୍ଚର ହାତ ଖାଲି। ଜିଆରପି ସବୁଦିଗରୁ ତଦନ୍ତ କରି କେସର କ୍ଷିଅ ଖୋଜି ପାଇନଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତର ଭାର ନେଇଛି। ଏହାରି ମଧ୍ୟରେ ବିଦ୍ୟାଶ୍ରୀଙ୍କ ପରିବାର  ଓ ପିପୁଲ  ଫର ସେବାର  ସମସ୍ତ  ସଦସ୍ୟଙ୍କ ପଚାରାଉଚରା କରିବା ପରେ  ଏବେ ୩ ଜଣଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ।

ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ବନ୍ଧୁ ପପୁ ଓ ବିକାଶକୁ କ୍ରାଇମବ୍ରାଞ୍ଚ ଅଫିସକୁ ଡାକି ଜେରା କରାଯିବ । ସେମାନଙ୍କୁ ବିଭିନ୍ନ ଦିଗରୁ ପଚରାଉଚରା କରିବ ତଦନ୍ତକାରୀ ଟିମ୍‌ । ଦରକାରୀ ପଡ଼ିଲେ ସେମାନଙ୍କ ପଲିଗ୍ରାଫ ଟେଷ୍ଟ କରାଯିବ । କ୍ରାଇମବ୍ରାଞ୍ଚ ସୂତ୍ରରୁ ଏହି ସୂଚନା ମିଳିଛି । ଜୁଲାଇ ୭ ତାରିଖରେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତଦେହ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଧାରଣାରୁ ଉଦ୍ଧାର ହୋଇଥିଲା । ଏଭିତରେ ମାସେ ବିତିବାକୁ ବସିଲାଣି । ହେଲେ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରିନାହିଁ । ପୂର୍ବରୁ ଜିଆରପି ମାମଲାର ତଦନ୍ତ କରୁଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.