Below header

ବିହାର ସୀମାବର୍ତ୍ତୀ ଜିଲ୍ଲାରେ ନେପାଳ ତିଆରି କରୁଛି ହେଲିପ୍ୟାଡ୍‌, ଚୀନ୍‌ର ବଡ଼ ଚକ୍ରାନ୍ତ

ନୂଆଦିଲ୍ଲୀ : ନେପାଳ ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେବାରେ ଲାଗିଛି । ନେପାଳ ପ୍ରଥମେ ଭାରତର ଲିପୁଲେଖ,ଲିମ୍ପୁୟାଧୁରା ଓ କାଲାପାଣି ଅଞ୍ଚଳକୁ ତା’ର ନିଜର ଦର୍ଶାଇ ଏକ ମ୍ୟାପ୍‌ ପ୍ରକାଶ କରିଥିଲା । ଯାହାକୁ ନେଇ ଭାରତରେ ବଡ଼ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଏବେ ପୁଣି ଥରେ ନେପାଳ ସୀମାକୁ ଲାଗିକରି ଥିବା ବିହାର ସୀମାବର୍ତ୍ତୀ ଗାଁ ନିକଟରେ ତା’ର ହେଲିପ୍ୟାଡ୍‌ ନିର୍ମାଣ କରୁଛି । ଏହି ଖବର ମିଳିବା ପରେ ଭାରତର ଗୁଇନ୍ଦା ଏଜେନ୍ସିକୁ ସତର୍କ ରହିବାକୁ କୁହାଯାଇଛି ।

NEPAL BORDER

ନେପାଳ ଯଦିଓ ବନ୍ୟା ସହାୟତାରେ ରିଲିଫ ବଣ୍ଟନ ପାଇଁ ତା’ର ସୀମାରେ ଏହି ହେଲିପ୍ୟାଡ଼୍‍ ନିର୍ମାଣ କରୁଛି ବୋଲି କହିଛି । ତେବେ ନେପାଳର ଏହି ଅଞ୍ଚଳ ବନ୍ୟା ପ୍ରପୀଡିତ ନୁହେଁ ବୋଲି ଭାରତ ଅଭିଯୋଗ କରିଛି । ମିଳିଥିବା ଖବର ଅନୁଯାୟୀ, ନେପାଳର ନଭଲପର୍‌ସୀ ଜିଲ୍ଳାରେ ଏହି ୩ଟି ହେଲିପ୍ୟାଡ୍‌ ନିର୍ମାଣ ଚାଲିଛି । ଏଡି ହେଲିପ୍ୟାଡ୍‌ ବିହାର ଓ ଉତ୍ତରପ୍ରଦେଶ ସୀମାରେ ହେଉଥିବାରୁ ଭାରତ ପାଇଁ ଭବିଷ୍ୟତରେ ଏହା ଚିନ୍ତାର କାରଣ ହୋଇପାରେ ।

ନେପାଳ ସହ ଭାରତର ସମ୍ପର୍କ ଖରାପ ହେବା ପରେ ନେପାଳ କୂଟନୈତିକସ୍ତରରେ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ବାସ୍ତବରେ ଚୀନ୍‌ କଥାରେ ପରିଚାଳିତ ନେପାଳ ଏହି ସବୁ କାର୍ଯ୍ୟ କରୁଛି । ଭାରତ ବିରୋଧରେ ଚୀନ୍‌ ନେପାଳକୁ ବ୍ୟବହାର କରୁଛି ।

ଚୀନ୍‌ ଏବେ ଭାରତ ସହ କୂଟନୈତିକସ୍ତରରେ ପରାସ୍ତ ହେବା ପରେ ନେପାଳ ଜରିଆରେ ଏହି ଚାଲ୍‌ ଚଳାଇଛି । ନେପାଳର ହେଲିପ୍ୟାଡ୍‌ ନିର୍ମାଣ ନେଇ ଖବର ମିଳିବା ପରେ ସୀମା ସହିତ ସଂଲଗ୍ନ ସମସ୍ତ ରାସ୍ତା, ନଦୀ ଓ ଜଙ୍ଗଲ୍‌ ଉପରେ ଭାରତ ନଜର ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.