ହିରୋସୀମା ନାଗାସାକି ପରମାଣୁ ଆକ୍ରମଣକୁ ପୁରିଲା ୭୫ ବର୍ଷ, ଦେଖନ୍ତୁ ସେତେବେଳର କିଛି ଭୟଙ୍କର ଓ ହୃଦୟଥରା ଫଟୋ

୧୯୪୫ ମସିହା ଅଗଷ୍ଟ ୬ ତାରିଖ, ଆଜକୁ ଠିକ ୭୫ ବର୍ଷ ପୂର୍ବେ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଆମେରିକା ଜାପାନ ସହରର ହିରୋସୀମା ଉପରେ ପରମାଣୁ ବମ ପକାଇଥିଲା । ଆଉ ଏହାର ତିନି ଦିନ ପରେ ଅର୍ଥାତ ଅଗଷ୍ଟ 9 ତାରିଖରେ ନାଗାସାକି ଉପରେ ମଧ୍ୟ ବମ ପକାଇଥିଲା । ଯେଉଁ ଦୁଇଟି ଆକ୍ରମଣ ସାରା ଦୁନିଆକୁ ଦୋହଲାଇ ଦେଇଥିଲା । କୁହାଯାଏ ଏହି ଘଟଣାରେ ପ୍ରାୟ ୧ ଲକ୍ଷ ୪୦ ହଜାର ନିରୀହ ଲୋକଙ୍କର ପ୍ରାଣ ଚାଲିଯାଇଥିଲା । ଏହି ସମୟରେ ଆମେରିକାକୁ ସାରା ବିଶ୍ଵ ନିନ୍ଦା କରିଥିଲା । ଆଜି ବି ଜାପାନର ସେହି ସହରରେ କିଛି ଚାଷ କରି ହୁଏ ନାହିଁ । ଆଜିପର୍ଯ୍ୟନ୍ତ ଏହି ଜମି ଅନୁର୍ବର ହୋଇ ରହିଛି ଏଠାରେ ଗୋଟିଏ ଗଛ ଉଠିବା ବି ଅସମ୍ଭବ । ଆଜିପର୍ଯ୍ୟନ୍ତ ବି ସେଠାରେ ବିକଳାଙ୍ଗ ଛୁଆ ଜନ୍ମ ନେଉଛନ୍ତି । ତେବେ ସେହି ସମୟରେ ନିଆଯାଇଥିବା କିଛି ଫଟୋ ଆଜିବି କହୁଛି କେତେ ଭୟଙ୍କର ଆଉ ଯନ୍ତ୍ରଣାଦାୟକ ଥିଲା ସେଦିନର ସେହି ଘଟଣା । ଯଦିଓ ଏଭଳି ଫଟୋକୁ ଦେଖାଇବା ଟିକିଏ କଷ୍ଟକର କିନ୍ତୁ ଏହିଦିନକୁ ମନେ ପକାଇବା ଏବଂ ପ୍ରତ୍ୟେକଟି ଦେଶକୁ ଏକ ବାର୍ତ୍ତା ଦେବା ଆଜିର ଏହି ସମୟରେ ବହୁତ ଜରୁରୀ ।

ଦେଖନ୍ତୁ ଏହି ଫଟୋ , ଫଟୋରେ ଥିବା ଏହି ପ୍ଲେନର ନାମ ଥିଲା ଇନୋଲା ଗେ ଯିଏକି ହିରୋସୀମା ଉପରେ ପରମାଣୁ ବମ ପକାଇଥିଲା ।

Atomic bombings of Hiroshima and Nagasaki - Wikipedia

ଏହା ସେହି ସମୟର ଫଟୋ ଯେତେବେଳେ ହିରୋସୀମା ଉପରେ ପରମାଣୁ ବମ ପକାଯାଇଥିଲା ।

Bombing of Hiroshima and Nagasaki - Causes, Impact & Lives Lost ...

ବମ ପଡିବା ପରେ ଅଧିକାଂଶ ଅଂଚଳ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଥିଲା । ଧ୍ୱଂସ ହୋଇଯାଇଥିଲା ବଡ ବଡ ବିଲଡିଂ ଏମିତିକି କିଛି କିଛି ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଥିଲା । ଯେଉଁଲୋକ ବଂଚିଥିଲେ ସେମାନେ ନିଶ୍ୱାସ ନେବା ପରେ ମୃତ୍ୟୁବରଣ କଲେ । ଆଉ ସେମାନଙ୍କ ମଧ୍ୟରୁ ବି ଯେଉଁମାନେ ବଂଚିଗଲେ ତାଙ୍କଠାରେ ଅନେକ ପ୍ରକାର ରୋଗ ଦେଖାଯାଇଥିଲା । ପରମାଣୁ ବମ କାରଣରୁ ହିରୋସୀମା ଏବଂ ନାଗାସାକିର ବାୟୁରେ ଅନେକ ବିଷାକ୍ତ ଗ୍ୟାସ ମିଶି ଯାଇଥିଲା । ପ୍ରାୟ 3 ରୁ 5 ବର୍ଷ ପର୍ଯ୍ୟନ୍ତ ଲୋକମାନେ ମୁଁହରେ ମାସ୍କ ଲଗାଇ ରଖିଥିଲେ ଯାହାଦ୍ୱାରା ସେମାନେ ଏହି ବିଷାକ୍ତ ଗ୍ୟାସ୍ରୁ ନିଜକୁ ରକ୍ଷା କରିପାରିବେ ।

ତେବେ ସବୁଠାରୁ ଭୟଙ୍କର ଓ ଯନ୍ତ୍ରଣାଦାୟକ ଥିଲା ଏହି ଫଟୋ ଯେଉଁଠି ମହିଳାମାନେ ଏକ ଏପରି ସ୍ଥାନରେ ବସି କାନ୍ଦୁଛନ୍ତି ଯେଉଁଠି ସେମାନେ ନିଜର ପ୍ରିୟ ଲୋକଙ୍କୁ ହରାଇଥିଲେ । ଆଉ ସେହିସ୍ଥାନରେ କେବଳ ଅସଂଖ୍ୟ କଙ୍କାଳ ହିଁ ଗଦା ହୋଇଥିଲା । ସତରେ ଏହାଥିଲା ଇତିହାସର ସବୁଠାରୁ ବଡ଼ ଓ ଭୟଙ୍କର ଘଟଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.