Below header

ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଯେଉଁ ଯୁବତୀଙ୍କୁ ନେଇ ଚର୍ଚ୍ଚା ହେଉଛି, ଉଭୟଙ୍କ ସହମତିରେ ସମ୍ପର୍କ ଗଢ଼ି ଉଠିଥିଲା : ବିକାଶ

କେନ୍ୟୁଜ୍(ବ୍ୟୁରୋ):  ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ରହସ୍ୟର ନୂଆ ମୋଡ଼ । ସମାଜସେବୀ ଆଦିତ୍ୟ ଦାସ ବାପାଙ୍କ ଅଭିଯୋଗକୁ ବନ୍ଧୁ ବିକାଶ ଖଣ୍ଡନ କରିଛନ୍ତି । ଯେଉଁ ଯୁବତୀଙ୍କୁ ନେଇ ଚର୍ଚ୍ଚା ହେଉଛି, ସେ ଆଦିତ୍ୟ ଦାସଙ୍କ ସମ୍ପର୍କରେ ଥିଲେ । ତାଙ୍କ ଘର ବାଲେଶ୍ୱରରେ । ଉଭୟଙ୍କ ସହମତିରେ ସମ୍ପର୍କ ଗଢ଼ି ଉଠିଥିଲା । ଦୀର୍ଘ ଦିନ ହେବ ସେମାନେ ସମ୍ପର୍କରେ ଥିଲେ । ଯାହାକୁ ସାଇକୋ ଲେଡି କୁହାଯାଉଛି, ସେ ସାଇକୋ କି ନାହିଁ ମୁଁ ଜାଣିନି ବୋଲି କହିଛନ୍ତି ବିକାଶ । ମୁଁ ସେ ଝିଅ ସହ କିଛି ଦିନ ତଳେ କଥା ହୋଇଥିଲି ।

ଆଦିତ୍ୟ ଦାସ ତାଙ୍କ ସହ ମୋତେ ପରିଚୟ କରାଇଥିଲେ । ସେ ଆଶ୍ରମ ମଧ୍ୟ ଆସନ୍ତି । ଆଦିତ୍ୟଙ୍କୁ କେହି ଧମକ ଦେଇନାହାନ୍ତି, କେହି ଦେଇଥିଲେ ମୋତେ ସେ କହିଥାନ୍ତେ ବୋଲି କହିଛନ୍ତି ଆଦିତ୍ୟଙ୍କ ଅତି ନିବିଡ଼ ବିକାଶ । ବିକାଶ ହେଉଛନ୍ତି ପିପୁଲ ଫର ସେବାର ସଦସ୍ୟ । ଗତକାଲି ଆଦିତ୍ୟଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିର ହାତ ଥିବା କହିଥିଲେ ଆଦିତ୍ୟଙ୍କ ବାପା । ସେ ଆଦିତ୍ୟଙ୍କୁ ବିବାହ କରିବାକୁ ଚାହୁଁଥିଲେ ଓ ବ୍ଲାକମେଲ୍‌ କରୁଥିଲେ ବୋଲି କ୍ରାଇମବ୍ରାଞ୍ଚ ନିକଟରେ ଜଣାଇଥିଲେ । ଗତକାଲି କଳିଙ୍ଗ ଟିଭି ଆଗରେ ଏନେଇ ଖୁଲାସା କରିଥିଲେ ଆଦିତ୍ୟଙ୍କ ବାପା ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.