ବିଜେପି ଛାଡ଼ିଲେ ନବରଙ୍ଗପୁର ଆଦିବାସୀ ନେତା ଦିବାକର ପୂଜାରୀ

ନବରଙ୍ଗପୁର (କେ ନ୍ୟୁଜ୍‌) : ଭାରତୀୟ ଜନତା ପାର୍ଟିର ନେତାମାନଙ୍କର କଥା ଦେଇ କଥା ରଖନ୍ତି ନାହିଁ । ନବରଙ୍ଗପୁରରୁ ଦିଲ୍ଲୀ ଯାଏ ଏଭଳି ସ୍ଥିତି । ଏମାନେ ଆଦିବାସୀ ବିରୋଧୀ । ଏଭଳି ଅଭିଯୋଗ କରି ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ ତଥା ନବରଙ୍ଗପୁରର ଆଦିବାସୀ ନେତା ଦିବାକର ପୂଜାରୀ ।
ଆଦିବାସୀ ବହୁଳ ପୁଣି ସଂରକ୍ଷିତ ଆସନ ନବରଙ୍ଗପୁରରେ ଜଣେ ଅଣଆଦିବାସୀଙ୍କୁ ଏଠାରେ ବିଜେପି ପ୍ରାର୍ଥୀ କରିଛି ଏବଂ ସେ ଜାଲ ପ୍ରମାଣପତ୍ର ଦେଇଛନ୍ତି ବୋଲି ମଧ୍ୟ ଦିବାକର ଆଜି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ସେ ନିଜର ସମର୍ଥକ ଓ ଆଦିବାସୀ ଭାଇମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଦିବାକର କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.