Below header

ବ୍ରହ୍ମପୁରରେ ନକଲି ଘିଅ ତିଆରି ୟୁନିଟ ଠାବ, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ ଦ୍ୱାରା ଏକ ନକଲି ଘିଅ ତିଆରି ୟୁନିଟ ଠାବ ହୋଇଛି । ଗତକାଲି ରାତିରେ ପୋଲିସ ଏହି ନିକଲି ଘିଅ ପ୍ରସ୍ତୁତ ୟୁନିଟ ଉପରେ ଚଢାଉ କରିଥିଲା । ନକଲି ଘିଅ ପ୍ରସ୍ତୁତ କରୁଥିବା ଅଭିଯୋଗରେ ବ୍ରହ୍ମପୁର ହାଉସିଂ ବୋର୍ଡ ଅଞ୍ଚଳର ଇ. ରାଜେଶ୍ୱର ପାତ୍ରଙ୍କୁ ପୋଲିସ ଗିରଫ କରିଛି ।

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ ଦ୍ୱାରା ଏକ ନକଲି ଘିଅ ତିଆରି ୟୁନିଟ ଠାବ ହୋଇଛି । ଗତକାଲି ରାତିରେ ପୋଲିସ ଏହି ନିକଲି ଘିଅ ପ୍ରସ୍ତୁତ ୟୁନିଟ ଉପରେ ଚଢାଉ କରିଥିଲା । ନକଲି ଘିଅ ପ୍ରସ୍ତୁତ କରୁଥିବା ଅଭିଯୋଗରେ ବ୍ରହ୍ମପୁର ହାଉସିଂ ବୋର୍ଡ ଅଞ୍ଚଳର ଇ. ରାଜେଶ୍ୱର ପାତ୍ରଙ୍କୁ ପୋଲିସ ଗିରଫ କରିଛି ।

ଏହା ସହ ନକଲି ଘିଅ ପ୍ରସ୍ତୁତି କରିବା ଲାଗି ବ୍ୟହହୃତ ବିପୁଳ ପରିମାଣର ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ପୋଡ଼ା ମୋବିଲ, ପୋଡ଼ା ତେଲ, କମ୍ କ୍ୱାଲିଟିର ପାମୋଲିନ ଅଏଲ ଓ ସ୍ୱାସ୍ଥ୍ୟ ପ୍ରତି ହାନିକାରକ କେମିକାଲସ ମିଶାଇ ତିଆରି ହେଉଥିଲା ଘିଅ ।

ଶ୍ରୀ ମା’ ଦୁର୍ଗା ଘିଅ ନାମରେ ପ୍ୟାକେଟ କରି ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରୀ କରାଯାଉଥିଲା । ସେପଟେ ଗରିବ ଓ ଅଶିକ୍ଷିତ ତଥା ଇଂରାଜୀ ପଢି ପାରୁନଥିବା ଅଞ୍ଚଳରେ ବିକ୍ରୀ ପାଇଁ ଟାର୍ଗେଟ୍ ରଖୁଥିଲେ ଗିରଫ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ରାଜେଶ୍ୱରକୁ କୋର୍ଟ ଚାଲାଣ କରିଛି ପୋଲିସ । ନିକଟରେ ଗିରଫ ରାଜେଶ୍ୱର ନକଲି ଗୁଟଖା ପ୍ରସ୍ତୁତି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ପୋଲିସ ପକ୍ଷରୁ ସୂଚନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.