Below header

ଆନ୍ଧ୍ରପ୍ରଦେଶ ଚିତୋର ଠାରେ ହୋଇଥିବା ସଡକ ଦୁର୍ଘଟଣା: ୩ ଦିନ ପରେ ଗାଁରେ ପହଞ୍ଚିଲା ୪ ଜଣଙ୍କ ମୃତଦେହ

୩ ଦିନ ପରେ ଗାଁରେ ପହଞ୍ଚିଥିଲା ୪ ଜଣଙ୍କ ମୃତଦେହ । ଗୋବିନ୍ଦପୁର ଗାଁରେ ମୃତଦେହ ପହଁଞ୍ଚିବା ପରେ ଧର୍ଯ୍ୟହରା ପଡିଥିଲେ ସଭିଏଁ । ପ୍ରିୟଜନଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ପରିବାର ଲୋକେ ମରଶରୀରକୁ ଜାବୁଡି ଧରି ବାହୁନି ବାହୁନି କାନ୍ଦିଥିଲେ ।

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍) :  କାନ୍ଦ ବୋବାଳିରେ ଫାଟିପଡୁଛି ସାରା ପରିବେଶ । ପ୍ରିୟଜନଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । ସମସ୍ତଙ୍କ ଆଖିରେ ଲୁହ ଓ ଛାତିରେ କୋହ । କେହିବି ନିଜକୁ ସମ୍ଭାଳିବା ସ୍ଥିତିରେ ନାହାନ୍ତି । ଗୋଟିଏ ପରିବାରର ୪ ଜଣଙ୍କୁ ହରାଇ ପରିବାର ସତେ ଯେମିତି ନିଃଶ୍ୱ ହୋଇ ପଡିଛି। ଗତ ୧୫ ତାରିଖ ଭୋର୍ ସାଢେ ୪ ଟାରେ ଆନ୍ଧ୍ରପ୍ରଦେଶର ଚିତୋର ଠାରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ପରିବାରର ୪ ଜଣଙ୍କ ମୃତଦେହ ଗତକାଲି ରବିବାର ସନ୍ଧ୍ୟାରେ ଗାଁରେ ପହଞ୍ଚିବା ପରେ ଏମିତି କିଛି ଥିଲା ସେହି ସମୟର ଦୃଶ୍ୟ ।

୩ ଦିନ ପରେ ଗାଁରେ ପହଞ୍ଚିଥିଲା ୪ ଜଣଙ୍କ ମୃତଦେହ । ଗୋବିନ୍ଦପୁର ଗାଁରେ ମୃତଦେହ ପହଁଞ୍ଚିବା ପରେ ଧର୍ଯ୍ୟହରା ପଡିଥିଲେ ସଭିଏଁ । ପ୍ରିୟଜନଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ପରିବାର ଲୋକେ ମରଶରୀରକୁ ଜାବୁଡି ଧରି ବାହୁନି ବାହୁନି କାନ୍ଦିଥିଲେ। ଉପସ୍ଥିତ ପାଖ ପଡୋଶୀ ଓ ଦେଖଣାହାରୀ ବିକୋହ ସମ୍ଭାଳି ପାରି ନଥିଲେ । ଝୁରି ହେଉଥିଲେ ସମସ୍ତେ । ତେବେ ପଟ୍ଟାମୁଣ୍ଡାଇ ବ୍ଲକର ଗୋବିନ୍ଦପୁର ଗାଁରେ ତ୍ରିଲୋଚନ ନାୟକ ଓ ବିଜୟ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସ୍ଵାମୀ ସ୍ତ୍ରୀ ଉମେଶ ଚନ୍ଦ୍ର ସାହୁ ଓ ରଶ୍ମିତା ସାହୁଙ୍କ ଶେଷକୃତ୍ୟ ଆଳି ବ୍ଲକ୍ ର ଅଙ୍ଗରଖ ଗାଁରେ ସମ୍ପନ୍ନ ହୋଇଥିଲା ।

cry

ସୂଚନା ମୁତାବକ ଅଙ୍ଗରଖ ଗାଁର ମୃତ ଉମେଶ ଚନ୍ଦ୍ର ସାହୁ ନିଜର ଚିକିତ୍ସା ପାଇଁ ସ୍ତ୍ରୀ ରଶ୍ମିତା ଓ ଗୋବିନ୍ଦପୁର ଗାଁ ର ଦାଦା ଶ୍ୱଶୁର ତ୍ରିଲୋଚନ ନାୟକ ଓ ବିଜୟ ନାୟକଙ୍କୁ ସାଙ୍ଗରେ ନେଇ କର୍ଣ୍ଣାଟକ ଯାଇଥିଲେ । ଗତ ୧୫ ତାରିଖ ରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଓଡିଶା ଫେରୁଥିବା ବେଳେ ଆନ୍ଧ୍ରପ୍ରଦେଶର ଚିତୋର ଠାରେ ଆମ୍ବୁଲାନ୍ସ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଉମେଶ, ତାଙ୍କ ସ୍ତ୍ରୀ ରଶ୍ମିତା, ଉମେଶ ଙ୍କ ଦାଦା ଶ୍ୱଶୁର ତ୍ରିଲୋଚନ ଓ ବିଜୟ ଙ୍କ ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ଓଡିଶା ସରକାରଙ୍କ ସହାୟତରେ ଗତକାଲି ସନ୍ଧ୍ୟାରେ କେନ୍ଦ୍ରାପଡାରେ ମୃତଦେହ ପହଂଚିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟକ ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ପଟ୍ଟାମୁଣ୍ଡାଇ ବିଡିଓ, ତହସିଲଦାର, ଆର ଆଇ ଉପସ୍ଥିତ ରହି ସହାୟତା ରାଶି ପ୍ରଦାନ କରିଥିଲେ । ପୂର୍ବତନ ବିଧାୟକ କିଶୋର ତରାଇଙ୍କ ସହ ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ପରିବାରକୁ ସମବେଦନା ଜଣାଇଥିଲେ।

ତେବେ ରାସ୍ତାରେ ଯାଉଥିବା ବେଳେ ସାବଧାନ ରୁହନ୍ତୁ। କାରଣ କିଏ ଜାଣେ କେଉଁଠାରେ ମୃତ୍ୟୁ ଏମିତି ଜଗିକି ଥିବ। ତେଣୁ ନିଜେ ସତର୍କତାର ସହ ଡ୍ରାଇଭିଂ କରନ୍ତୁ ନିଜ ଜୀବନ ସହ ଅନ୍ଯର ଜୀବନ ବି ବଞ୍ଚାନ୍ତୁ । କାହିଁକିନା ଟିକେ ଟିକେ ଭୁଲ୍ ପାଇଁ ଏମିତି ମୂଲ୍ୟବାନ ଜୀବନ ସବୁଦିନ ପାଇଁ ଚଲିଯାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.