ସ୍ମାର୍ଟଫୋନରେ ମିଳୁଥିବା OIS ସପୋର୍ଟ କ୍ୟାମେରା କଣ ? ଜାଣନ୍ତୁ ଏହା ଫଟୋକୁ କିଭଳି ଦମଦାର କରେ

ପୂର୍ବରୁ ସ୍ମାର୍ଟଫୋନରେ ସାଧାରଣ କ୍ୟାମେରା ଆସୁଥିଲା କିନ୍ତୁ ବର୍ତ୍ତମାନ ମୋବାଇଲ୍ ଫୋନରେ OIS ସପୋର୍ଟ କ୍ୟାମେରା ମିଳୁଛି । ବର୍ତ୍ତମାନ ସମୟରେ ଯେ କୌଣସି ସ୍ମାର୍ଟଫୋନ୍ ଲଞ୍ଚ ହେଉଛି କମ୍ପାନୀ ସେଥିରେ OIS ସପୋର୍ଟ ଦେଉଛି । କିନ୍ତୁ ଆପଣ ଜାଣିଛନ୍ତି କି ଏହି OIS ସପୋର୍ଟ କଣ?

ସ୍ମାର୍ଟଫୋନ ଆମ ସମସ୍ତଙ୍କ ଜୀବନର ଏକ ଗୁୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି ଏବଂ ଏହା ବିନା ଜୀବନ ଅସମ୍ଭବ । ସମୟ ସହିତ ସ୍ମାର୍ଟଫୋନ ମଧ୍ୟ ପରିବର୍ତ୍ତନ ହେଉଛି ଏବଂ ଏଥିରେ ଏପରି ଟେକ୍ନୋଲୋଜି ଯୋଗାଇ ଦିଆଯାଉଛି ଯାହା ଜିନିଷକୁ ସହଜ ଏବଂ ଉନ୍ନତ କରିଥାଏ । ପୂର୍ବରୁ ସ୍ମାର୍ଟଫୋନରେ ସାଧାରଣ କ୍ୟାମେରା ଆସୁଥିଲା କିନ୍ତୁ ବର୍ତ୍ତମାନ ମୋବାଇଲ୍ ଫୋନରେ OIS ସପୋର୍ଟ କ୍ୟାମେରା ମିଳୁଛି । ବର୍ତ୍ତମାନ ସମୟରେ ଯେ କୌଣସି ସ୍ମାର୍ଟଫୋନ୍ ଲଞ୍ଚ ହେଉଛି କମ୍ପାନୀ ସେଥିରେ OIS ସପୋର୍ଟ ଦେଉଛି । କିନ୍ତୁ ଆପଣ ଜାଣିଛନ୍ତି କି ଏହି OIS ସପୋର୍ଟ କଣ? ଏହା କିପରି କାମ କରେ? ଯଦି ଜାଣି ନାହାନ୍ତି ଆମେ ଆପଣଙ୍କୁ ଏହା କଣ ଏବଂ ଏହା କିପରି କାର୍ଯ୍ୟ କରେ ତାହା ଜଣାଇବୁ ।

OIS ର ଅର୍ଥ ହେଉଛି ଅପ୍ଟିକାଲ୍ ଇମେଜ୍ ଷ୍ଟାବିଲାଇଜେସନ୍‌ । ଅତି ସରଳ ଶବ୍ଦରେ କହିବାକୁ ଗଲେ ଏହାର କାମ ହେଉଛି ଫଟୋ ଷ୍ଟାବିଲାଇଜ୍‌ ବା ସ୍ଥିର କରିବା । ଯେତେବେଳେ ଆମେ ସ୍ମାର୍ଟଫୋନରେ ଫଟୋଗ୍ରାଫି କରୁ ଆମର ହାତ ହଲିଯାଏ କାରଣ ଆମେ ପ୍ରୋଫେସନାଲ ଫଟୋଗ୍ରାଫର ନୁହେଁ । ଏହି କାରଣରୁ ଫଟୋ ଖରାପ ଆସେ ଏବଂ ଫଟୋ ବ୍ଲର ହୋଇଯାଏ । କିନ୍ତୁ OIS ସପୋର୍ଟ ଥିବା ଯୋଗୁଁ ଫଟୋ ଖରାପ ହୋଇନଥାଏ କାରଣ ଏହି ଟେକ୍ନୋଲୋଜି କ୍ୟାମେରା ମୁଭମେଣ୍ଟକୁ ଆଡଜଷ୍ଟ କରିଥାଏ ଯେଉଁଥିପାଇଁ ଫଟୋ ଠିକ ଆସିଥାଏ ।

OISରେ ଏକ ଛୋଟ ଗାଇରୋସ୍କୋପ୍ ଲଗା ଯାଇଥାଏ, ଯାହା ହାତର ମୁଭମେଣ୍ଟକୁ ଡିଟେକ୍ଟ କରେ ଏବଂ କ୍ୟାମେରାକୁ ଠିକ କରେ ପରେ ଫଟୋ ଭଲ ଆସିଥାଏ । ମନେକର ଫଟୋ କ୍ଲିକ୍ କରିବା ସମୟରେ ଯଦି ଆପଣଙ୍କ ହାତ ହଠାତ୍ ତଳକୁ ଯାଉଛି ତେବେ ଗାଇରୋସ୍କୋପ୍ ହାତର ମୁଭମେଣ୍ଟକୁ ଆଡଜଷ୍ଟ କରିଥାଏ ଏବଂ କ୍ୟାମେରାକୁ ଉପରକୁ ଉଠାଇଥାଏ ଏବଂ ଫଟୋକୁ ବ୍ଲର ହେବାରୁ ରୋକିଥାଏ । OIS କ୍ୟାମେରାର କାମ ହେଉଛି ଫଟୋକୁ ଷ୍ଟାବିଲାଇଜ୍‌ କରିବା । ଧ୍ୟାନ ରଖନ୍ତୁ ଏହି ଏହି କ୍ୟାମେରା ଛୋଟ ଛୋଟ ମୁଭମେଣ୍ଟକୁ ଆଡଜଷ୍ଟ କରିଥାଏ ବଡ଼ ମୁଭମେଣ୍ଟକୁ ରୋକିବାରେ ଏହା ଅସମର୍ଥ ।

OIS ଏବଂ EIS ମଧ୍ୟରେ ପାର୍ଥକ୍ୟ କଣ ?
ଅନେକ ଲୋକ OIS ଏବଂ EIS କୁ ନେଇ ଚିନ୍ତାରେ ପଡ଼ନ୍ତି । OIS ଅପ୍ଟିକାଲ୍ ଇମେଜ୍ ଷ୍ଟାବିଲାଇଜେସନ୍ ଯାହା ଏକ ହାର୍ଡୱେର୍ ବେସଡ୍‌ ଟେକ୍ନୋଲୋଜି ହୋଇଥିବାବେଳେ EIS ଇଲେକ୍ଟ୍ରୋନିକ୍ ଇମେଜ୍ ଷ୍ଟାବିଲାଇଜେସନ୍ ଯାହା ଏକ ସଫ୍ଟୱେର୍ ବେସଡ୍‌ ଟେକ୍ନୋଲୋଜି । EISରେ କମ୍ପାନୀଗୁଡିକ ସଫ୍ଟୱେର୍ ସାହାଯ୍ୟରେ ଫଟୋକୁ ଷ୍ଟାବିଲାଇଜ ଅର୍ଥାତ ସ୍ଥିର କରିଥାନ୍ତି । କିନ୍ତୁ OIS ରେ ହାର୍ଡୱେର୍ କମ୍ପୋନେଟ ଫଟୋକୁ ସ୍ଥିର କରିଥାଏ । ଯଦି ଆମେ କେଉଁଟା ବେଷ୍ଟ ବୋଲି ଭାବିବା ତେବେ OIS ଫଟୋଗୁଡ଼ିକୁ ଭଲ କରିଥାଏ ଏବଂ ଅଧିକାଂଶ ମୋବାଇଲ୍ କମ୍ପାନୀ ଫୋନ ସହିତ ଏହି ସପୋର୍ଟକୁ ଯୋଡ଼ିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.