୩୬ ଘଣ୍ଟା ପରେ ସମ୍ପୂର୍ଣ୍ଣ ଲିଭିଲା ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ନିଆଁ, ୩ ଦିନ ହେଲାଣି ଅକ୍ଲାନ୍ତ ପରିଶ୍ରମ କରିଥିଲେ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍

ଲିଭିଲା ପୁରୀ ମରୀଚିକୋଟର ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ନିଆଁ । ନିଆଁ ଲିଭା କାର୍ଯ୍ୟରେ ୩ ଦିନ ହେଲାଣି ନାକେଦମ୍ ହୋଇଥିଲେ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ କର୍ମଚାରୀ ।

ପୁରୀ (କେନ୍ୟୁଜ): ଲିଭିଲା ପୁରୀ ମରୀଚିକୋଟର ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ । ଭୟାବହ ଅଗ୍ନିକାଣ୍ଡରେ ଧ୍ବସ୍ତବିଧ୍ବସ୍ତ ପୁରୀ ମରୀଚିକୋଟସ୍ଥିତ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ । ସାରା ରାତି ନିଆଁ ଲିଭେଇବା ପରେ ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି । ନିଆଁ ଲିଭା କାର୍ଯ୍ୟରେ ୩ ଦିନ ହେଲାଣି ନାକେଦମ୍ ହୋଇଥିଲେ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ କର୍ମଚାରୀ ।

କମ୍ପ୍ଲେକ୍ସର ପ୍ରଥମ ମହଲାକୁ ନିଆଁ ବ୍ୟାପିବା ଯୋଗୁ ସ୍ଥିତି ଅଧିକ ସଙ୍କଟାପର୍ଣ୍ଣ ହୋଇଥିଲା । ପ୍ରବଳ ଧୂଆଁ ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଥିଲା । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀର ପ୍ରାୟ ୧୫୦ କର୍ମଚାରୀ ନିୟୋଜିତ ହୋଇଥିଲେ। କମ୍ପ୍ଲେକ୍ସ ଭିତରେ ପ୍ରବଳ ତାତି ଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଯାଇଛି ୭ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି । ଲୁଗା, ଚୁଡ଼ି, ଜୋତା, ବ୍ୟାଗ ଦୋକାନ ସମେତ ଅନେକ ଦୋକାନ ପୋଡ଼ି ଧ୍ବଂସ ହୋଇଯାଇଛି । ୟୁ-ସେପରେ ମାର୍କେଟ୍ କମ୍ପ୍ଲେକ୍ସ ଥିବାରୁ ଏହା ଭିତରେ ପ୍ରବେଶ କରିବାକୁ ହୋଇଥିଲା ଅସୁବିଧା । ଯେଉଁଥି ପାଇଁ କ୍ଷୟକ୍ଷତି ଅଧିକ ହୋଇଥିଲା । ନିଆଁର ଭୟଙ୍କର ଆଁରେ ତରଳି ଯାଇଛି ଅନେକ ଦୋକାନର ସଟର ।

ବୁଧବାର ରାତି ୮ଟାରେ ମାର୍କେଟ୍ କମ୍ପେ୍ଲସରେ ନିଆଁ ଲାଗିଥିଲା । ସର୍ଟ ସର୍କିଟ୍ରୁ ଲାଗିଥିବା ନିଆଁ ମାର୍କେଟ୍ କମ୍ପେ୍ଲକ୍ସର ଗୋଟିଏରୁ ଆଉ ଗୋଟିଏ ଦୋନାକୁ ବ୍ୟାପିଥିଲା ।ଦେଖୁ ଦେଖୁ ଜଳିବାକୁ ଲାଗିଥିଲା ଗୋଟିଏ ପରେ ଗୋଟିଏ ଦୋକାନ । ନିଆଁର ପ୍ରଭାବ ଏତେ ପ୍ରଖର ଥିଲା, ଯାହାକି ମାର୍କେଟ କମ୍ପ୍ଲେକ୍ସକୁ ଧୂଆଁମୟ କରି ଦେଇଥିଲା ।

ଗତକାଲି ପୁରୀ ଏସପିଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ଗ୍ୟାସ କଟର ଜରିଆରେ ଦୋକାନ ଗୁଡିକର ସଟର କଟାଯାଇଥିଲା । ସମ୍ରାଟ ହୋଟେଲରେ ଥିବା ୧୧୦ ପର୍ଯ୍ୟଟକଙ୍କୁ ବିଭିନ୍ନ ହୋଟେଲ ଓ ଧର୍ମଶାଳାରେ ପ୍ରଶାସନ ରଖିବାର ବ୍ୟବସ୍ଥା କରିଛି । ସେପଟେ ଅଗ୍ନିକାଣ୍ଡରେ ୭ କୋଟି ଟଙ୍କାରୁ ଅଧିକ ସାମଗ୍ରୀ କ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଏତେବଡ଼ କମ୍ପ୍ଲେକ୍ସର ଗୋଟିଏ ହିଁ ସଂକୀର୍ଣ୍ଣ ପ୍ରବେଶ ଓ ପ୍ରସ୍ଥାନ ପଥ ଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.