Below header

ଆଠ ଦିନ ମୃତ୍ୟୁ ସହ ସଂଘର୍ଷ ପରେ ମିଳିଲା ନୂଆଜୀବନ, ଶୌଚ ହେବାକୁ ଯାଇ ପୋତି ହୋଇଯାଇଥିଲେ ନାଳ ବାଲିରେ

ଅନୁଗୁଳ (କେନ୍ୟୁଜ୍) : ଆଠ ଦିନ ଓ ସାତରାତି ମୃତ୍ୟୁ ସହ ସଂଘର୍ଷ ପରେ ପାଇଲେ ନୂଆଜୀବନ। ଶୌଚ ହେବାକୁ ଯାଇଥିବା ବେଳେ ନାଳ ବାଲିରେ ପୋତି ହୋଇ ଯାଇଥିଲେ ଝାଡ଼ଖଣ୍ଡର ଜଣେ ଶ୍ରମିକ। ଅନୁଗୁଳ ଛେଣ୍ଡିପଦାରେ ଘଟିଛି ଏଭଳି ଆଶ୍ଚର‌୍ୟ୍ୟଜନକ ଘଟଣା। ଝାଡ଼ଖଣ୍ଡର ସାହେବଗଞ୍ଜ ଥାନା ରାଜମହଲ ଗାଁର ୭ଜଣ ଶ୍ରମିକ ଛେଣ୍ଡିପଦା ଆସି ଏକ ଠିକା ସଂସ୍ଥା ମାଧ୍ୟମରେ ସ୍ୱଚ୍ଛ ଭାରତ ମିଶନ ଅଧିନରେ ଶୌଚାଳୟ ନିର୍ମାଣ କାମ କରୁଥିଲେ। ବରଜା ଶେଖ ନାମକ ଶ୍ରମିକ ଗତ ୧୯ତାରିଖରେ ସଂଧ୍ୟାରେ ଶୌଚ ପାଇଁ ନିକଟସ୍ଥ ନାଳକୁ ଯାଉଥିବା ବେଳେ ନାଳର ବାଲିଚଳନ ଯୋଗୁଁ ଏକ ଗାତରେ ଫସି ଯାଇଥିଲେ। ସେଠାକୁ କେହି ଯାଆସ କରୁନଥିବାରୁ ତାଙ୍କୁ ସହାୟତା ପାଇଁ କାହାକୁ ଡ଼ାକି ପାରିନଥିଲେ। ଆଠଦିନ ଓ ସାତରାତି ମରଣ ସହ ସଂଗ୍ରାମ କରି ମଧ୍ୟ ବାଲିରୁ ବାହାରି ପାରିନଥିଲେ। ତେବେ ସେ ନଫେରିବାରୁ ତାଙ୍କୁ ଖୋଜାଖୋଜି କରିବା ଗତ ୨୨ତାରିଖରେ ଛେଣ୍ଡିପଦା ଥାନାରେ ନିଖୋଜ ନେଇ ମାମଲା ରୁଜୁ ହୋଇଥିଲା। ପରେ ଦମକଳବାହିନୀ ଓ ପୋଲିସର ଖୋଜାଖୋଜି ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.