ଆପଣଙ୍କ ପକେଟରେ ହେବ ମହଙ୍ଗା ମାଡ, ଅଗଷ୍ଟ ରେ ଝଟକା ପାଇଁ ରୁହନ୍ତୁ ପ୍ରସ୍ତୁତ

ଆସନ୍ତାକାଲିଠୁ ଆରମ୍ଭ ହେବ ଅଗଷ୍ଟ ମାସ । ଏହି ନୂଆ ମାସରେ ବଦଳିଯିବ ବହୁତ କିଛି । ଏହି ପରିବର୍ତ୍ତନ କିଛି କ୍ଷେତ୍ରରେ ଆପଣଙ୍କୁ ଦେବ ଆଶ୍ବସ୍ତି ତ ଆଉ କିଛି କ୍ଷେତ୍ରରେ ପକେଟ୍ ହେବ ଢିଲା । ଆସନ୍ତୁ ଜାଣିବା କେଉଁ ପରିବର୍ତ୍ତନ ସିଧା ଆପଣଙ୍କ ପକେଟ୍ ଉପରେ ପକାଇବ ପ୍ରଭାବ ।

ଦାମ୍ ବଢାଇଲା ହ୍ୟୁଣ୍ଡାଇ :

ଯଦି ଆପଣ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆର କାର୍ କିଣିବାକୁ ଚାହୁଁଛନ୍ତି ତେବେ ଆଗଠାରୁ ଅଧିକ ଦାମ୍ ଦେବାକୁ ପଡିପାରେ । କାରଣ ନିକଟରେ କମ୍ପାନୀ ନିଜର କାର୍ ମଡେଲରେ ୯୨୦୦ ଟଙ୍କା ବଢାଇବା ପାଇଁ ଘୋଷଣା କରିଥିଲା । ଯାହା ଲାଗୁ ହେବ ୧ ଅଗଷ୍ଟରୁ ।

ଏସବିଆଇ ନିବେଶ ଉପରେ ଝଟକା :

ଯଦି ଆପଣ ଏସବିଆଇରେ ଫିକ୍ସଡ ଡିପୋଜିଟରେ ଟଙ୍କା ନିବେଶ କରୁଛନ୍ତି ତେବେ ଆସନ୍ତାକାଲିଠୁ ଆପଣଙ୍କୁ ଲାଗିବ ବଡ ଝଟକା । ୦.୫ ରୁ ୦.୭୫ ପ୍ରତିଶତ ସୁଧହାର କମାଇଛି । ତେବେ ବ୍ୟାଙ୍କର ଏହି ନିଷ୍ପତ୍ତି ସେହି ଗ୍ରାହକଙ୍କ ଉପରେ ଭାରି ପଡିବ ଯେଉଁମାନେ ଫିକ୍ସଡ ଡିପୋଜିଟକୁ ଭଲ ବିକଳ୍ପ ବୋଲି ମାନନ୍ତି ।

ବଜାଜ୍ ବାଇକ୍ ହେଲା ମହଙ୍ଗା :

ସେହିପରି ଯଦି ଆପଣ ବଜାଜ୍ ବାଇକ୍ କିଣିବାକୁ ଚାହୁଁଛନ୍ତି ତେବେ ଢିଲା ହୋଇପାରେ ଆପଣଙ୍କ ପକେଟ୍ । ବଜାଜ୍ କମ୍ପାନୀର ଅଧିକାଂଶ ବାଇକର ମୂଲ୍ୟ ପ୍ରାୟ ୬ହଜାର ଯାଏ ବଢିଯାଇଛି ।

ବଢିପାରେ ପେଟ୍ରୋଲ୍ ଏବଂ ଡିଜେଲ ଦର :

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦର ବଢିଚାଲିଛି । ତେଣୁ ଧୀରେ ଧୀରେ ପେଟ୍ରୋଲ୍ ଏବଂ ଡିଜେଲ୍ ଦର ବଢିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.