କନ୍ଧମାଳ: କିଛି ଦିନର ଶୀତ ପରେ କନ୍ଧମାଳରୁ ଶୀତ ଉଭାନ। ନଭେମ୍ବରରୁ ଜାନୁଆରୀ ଶେଷ ପର୍ଯ୍ୟନ୍ତ ଜିଲ୍ଲାରେ ସାଧାରଣତଃ ଶୀତ ଅନୁଭୂତ ହୋଇଥାଏ। ପ୍ରତିବର୍ଷ ଏହି ଋତୁରେ ପର୍ଯ୍ୟଟକମାନେ କନ୍ଧମାଳରେ ପ୍ରକୃତିର ମଜା ନେବା ସହ ଶୀତ ଉପଭୋଗ କରିଥାନ୍ତି।
କନ୍ଧମାଳ ଜିଲ୍ଲାକୁ ଏଥର ଡେରିରେ ଶୀତ ଛୁଇଁଥିଲା। ତେବେ ମାତ୍ର ଦୁଇ ତିନିଦିନ ଧରି ଶୀତ ଅନୁଭୂତ ହୋଇଥିଲା। ଗତ ଚାରି ପାଞ୍ଚ ଦିନ ଧରି ଜିଲ୍ଲାରୁ ଶୀତ ଉଭାନ ହୋଇଯାଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।