ବଡ଼ମ୍ବା ଓ ନରସିଂହପୁର ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହାନତା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କଲେ ୧୧ ଲକ୍ଷ ଟଙ୍କାର ସହାୟତା

କଟକ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ୧୧ ଲକ୍ଷ ଟଙ୍କାର ସହାୟତା । ବଡ଼ମ୍ବା ଓ ନରସିଂହପୁର ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀମାନେ କଟକ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କୋଭିଡ-୧୯ ମୁକାବିଲା ପାଇଁ ଏହି ଅର୍ଥ ପ୍ରଦାନ କରିଛନ୍ତି ।

ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ବଡ଼ମ୍ବା ଓ ନରସିଂହପୁର ବ୍ଲକ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନେ କଟକ ଜିଲ୍ଲାପାଳଙ୍କୁ ସହାୟତା ରାଶିର ଚେକ ଦେଇଛନ୍ତି । ବଡ଼ମ୍ବା ବ୍ଲକରୁ ୫ଲକ୍ଷ ୬୮ ହଜାର ଓ ନରସିଂହପୁର ବ୍ଲକରୁ ୫ ଲକ୍ଷ ୪୦ ହଜାର ଟଙ୍କା ଚେକ ମାଧ୍ୟମରେ ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.