Below header

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା: ଅଭିଯୁକ୍ତ ରାକେଶକୁ ଗିରଫ ପରେ ଯାଜପୁର ପୋଲିସକୁ କରାଗଲା ହସ୍ତାନ୍ତର, ପ୍ରେମ ବ୍ୟାପାରରୁ ହତ୍ୟା ଅଭିଯୋଗ

ଭୁବନେଶ୍ବର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଗିରଫ । ରାକେଶକୁ ଗିରଫ କଲା ଏୟାରଫିଲ୍ଡ ଥାନା ପୋଲିସ । ଗିରଫ ପରେ ଯାଜପୁର ପୋଲିସକୁ ହସ୍ତାନ୍ତର କରାଯାଇଛି । ପଚରାଉଚରା ବେଳେ ଉଭୟ ପରସ୍ପରକୁ ଭଲ ପାଉଥିବା କହିଛି ରାକେଶ ସ୍ୱାଇଁ । ପାଣି ପାଇପ୍‌ ମିସ୍ତ୍ରୀ ଭାବେ କାମ କରୁଥିବା ରାକେଶ ସ୍ୱାଇଁର ଘର ଭୁବନେଶ୍ୱର ସୁନ୍ଦରପଦାରେ ।

ରାକେଶର ଅନ୍ୟ ଜଣେ ସହଯୋଗୀକୁ ଖୋଜୁଛି ପୋଲିସ। ଗତ ଗୁରୁବାର ଯାଜପୁର ଜିଲ୍ଲା ମୂଳାପାଳ ଛକ ନିକଟ ରାସ୍ତା କଡରୁ ଉଦ୍ଧାର ହୋଇଥିଲା ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ । ଦୁଇଜଣ ଯୁବକ ଏକ ସ୍କୁଟିରେ ମୃତଦେହ ଆଣି ରାସ୍ତା କଡରେ ଫିଙ୍ଗିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଆଜି ମହିଳା କମିଶନ ଅଧ୍ୟକ୍ଷା ଘଟଣା ନେଇ ଯାଜପୁର ଏସ୍‌ପି ଓ ସ୍ଥାନୀୟ ପୋଲିସକୁ ଭେଟି ଆଲୋଚନା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.